30 ବର୍ଷୀୟ ଶେର ସିଂହଙ୍କୁ ଛୁରୀ ଭୁସି ହତ୍ୟା, ସିସିଟିଭ୍‌ ଫୁଟେଜ୍‌ରୁ ଧରାପଡିଲେ ଦୁଇ ଅପରାଧୀ

Published: Sep 10, 2020, 6:19 pm IST

ଦାଦ୍ରୀ : ୟୁପିର ଗୌତମବୁଦ୍ଧ ନଗର ଜିଲ୍ଲାର ଦାଦରୀ ଅଞ୍ଚଳରେ ଶେରୁ ଓରଫ୍‌ ଶେର ସିଂହଙ୍କ ହତ୍ୟା ମାମଲାରେ ପୋଲିସ୍‌ ଦୁଇଜଣଙ୍କୁ ଗିରଫ କରିଛି । ଚିତେହଡା ଗ୍ରାମ ନିବାସୀ ଶେର ସିଂହ ସେପ୍ଟେମ୍ବର 8 ତାରିଖରେ ତିନି ବଦମାସ୍‌ ଛୁରୀ ଚଳାଇ ଫେରାର ହୋଇଯାଇଥିଲେ । 30 ବର୍ଷୀୟ ଶେର ସିଂହ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଚିକିତ୍ସା ଅବସ୍ଥାରେ ଶେର ସିଂହଙ୍କର ମୃତ୍ୟୁ ହୋଇଥିଲା ।

ଏହି ହତ୍ୟାକାଣ୍ଡରେ ପୋଲିସ୍‌ ସିସିଟିଭ୍‌ ଫୁଟେଜ୍‌ ଆଧାରରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଅଭିଯୁକ୍ତମାନେ କିଛି କାରଣକୁ ନେଇ ଶେରସିଂହଙ୍କ ସହ ଝଗଡା ହୋଇଥିଲା । ଏହାପରେ ଶେର ସିଂହ ଜଣକୁ ଚାପୁଡା ମାରିଥିଲେ । ବଦ୍‌ଲା ନେବା ଭାବନାରେ ଅପରାଧୀମାନେ ଶେରସିଂହଙ୍କୁ ଛୁରୀ ଭୁସି ଥିଲେ । ଅପରାଧୀମାନେ ଛୁରୀରେ ଶେରସିଂହଙ୍କର ଗଳା, ପେଟକୁ ଛୁରୀରରେ ଆକ୍ରମଣ କରିଥିଲେ ।  ପୋଲିସ୍‌ ଏହି ଘଟଣାରେ ଦୁଇ ଅପରାଧୀଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଛୁରୀ  ମଧ୍ୟ ଜବତ କରିଛି । (ଏଜେନ୍ସି)

Related posts