ପୁତ୍ର ଆଶାରେ ଷଷ୍ଠଥର ହେଲେ ମା’ : ପୁନର୍ବାର କନ୍ୟା ସନ୍ତାନ ଜନ୍ମ ହେବା ପରେ କଲେ ଏପରି କାଣ୍ଡ…

Published: Sep 27, 2020, 12:30 pm IST

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ପୁଅ ଆଶାରେ ଷଷ୍ଠଥର ଗର୍ଭବତୀ ହୋଇଥିଲେ । ତେବେ ଷଷ୍ଠ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ରାଗରେ ସେ ଦିନକର ନବଜାତକୁ ପିଟି ପିଟି ମାରିବା ସହିତ ବୁଦାକୁ ଫୋପାଡି ଦେଇଥିବାର ସୂଚନା ରହିଛି । କିନ୍ତୁ ଘଟଣାର ଘଟିବାର 1 ବର୍ଷ ପରେ ଏହିଘଟଣାର ସତ୍ୟତା ପଦାକୁ ଆସିଛି । ଅଭିଯୁକ୍ତ ମା’କୁ ପୋଲିସ୍‌ ଗିରଫ କରିଥିବାର ସୂଚନା ରହିଛି ।

ଏପରି ଏକ ମାନବିକତାର ଲଜ୍ଜା ଜନକ ଘଟଣା ସିଧି ଜିଲ୍ଲାର ବାହାରୀ ଥାନା ଦେବରୀ ଗ୍ରାମରେ ଘଟିଛି । ଏଠାରେ ଏକ ବର୍ଷ ଦିନକର କନ୍ୟାସନ୍ତାନର ଶବ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ଯାଞ୍ଚ ଓ ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଶିଶୁ କନ୍ୟାଟିର ଗଳା ଦବାଇ ହତ୍ୟା କରାଯାଇଥିବାର ସୂଚନା ରହିଥିଲା । ଅଭିଯୁକ୍ତ ମା’କୁ ପଚରାଉଚୁରା କରାଯିବା ପରେ ମହିଳା ଜଣକ ଏହାକୁ ସ୍ବୀକାର କରିଥିଲେ । ମହିଳା ଜଣକ ସ୍ବୀକାର କରି କହିଥିଲେଯେ, ତାଙ୍କର 5ଟି କନ୍ୟା ସନ୍ତାନ ରହିଛନ୍ତି । ପୁତ୍ର ଆଶା କରିଥିବାବେଳେ ପୁନର୍ବାର କନ୍ୟା ସନ୍ତାନ ଜନ୍ମ ହେବା ପରେ ସେ ଶିଶୁଟିକୁ ପିଟିପିଟି ମାରିଦେଇ ବୁଦାରେ ପକାଇ ଦେଇଥିଲେ ବୋଲି ସ୍ବୀକାର କରିଥିଲେ । (ଏଜେନ୍ସି)

Related posts