ଛଅ ବର୍ଷର ପୁଅକୁ ପାଣି ଟାଙ୍କିରେ ପକାଇ ହତ୍ୟା କଲା ବାପା

Published: Sep 27, 2020, 2:25 pm IST

ବାଡମେର :  ରାଜସ୍ଥାନର ବାଡମେର ଅଞ୍ଚଳରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜର 6 ବର୍ଷର ନିରୀହ ପୁତ୍ରକୁ ପାଣିଟାଙ୍କିରେ ପକାଇ ହତ୍ୟା କରିଛନ୍ତି । ହତ୍ୟା ଘଟଣା ପରେ ଅଭିଯୁକ୍ତ ଫେରାର ରହିଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ତାଙ୍କ ସହିତ ତାଙ୍କ ସନ୍ତାନମାନଙ୍କୁ ମାରପିଟ୍‌ କରୁଥିବାର ଅଭିଯୋଗ ଆଣିଥିଲେ । ଗୁରୁବାର ସନ୍ଧ୍ୟା 7ଟାସମୟରେ ତାଙ୍କ ସ୍ବାମୀତାଙ୍କୁ ମାରିବା ସହିତ ତାଙ୍କ ଛ’ ବର୍ଷର ପୁତ୍ର ବିକ୍ରମକୁ ପାଣି ଟାଙ୍କିରେ ପକାଇ ଦେଇ ହତ୍ୟା କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଜଣକ ଦୀର୍ଘ ଦିନ ଧରି ମହିଳାଙ୍କ ଉପରେ ଶାରିରୀକ ନିର୍ଯାତନା ଦେବା ସହ ତାଙ୍କ ଶଶୁରଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲେ । ତେବେ ଅଭିଯୁକ୍ତ ଜଣକୁ ଧରିବା ପାଇଁ ପୋଲଇସ୍‌ ତିନୋଟି ଟିମ୍‌ ଗଠନ କରିଛି । (ଏଜେନ୍ସି)

Related posts