ନାବାଳକକୁ ଛୁରୀ ଭୁଷି ହତ୍ୟା

Published: Sep 27, 2020, 3:24 pm IST

ନୟାଗଡ : ଜଣେ ନାବାଳକକୁ ଛୁରି ଭୁଷି ନିର୍ମମ ହତ୍ୟା କରାଯାଇଛି । ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗାଁ ରେ ଘଟିଛି ଏହି ହତ୍ୟାକାଣ୍ଡ । ଗତ କାଲି ବିଳମ୍ବିତ ରାତିରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣକ 14 ବର୍ଷ ର ପୁଅ ସୁମନ ବେହେରା । ମୃତକଙ୍କ ମାଆ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରି ପୁଅର ପାଠ ପଢା ଖର୍ଚ୍ଚ ସହିତ ପରିବାର ଭରଣ ପୋଷଣ କରୁଥିଲେ । ତେବେ ମୃତ ଛାତ୍ର ଜଣଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ସମ୍ପତ୍ତି ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଛାତ୍ରର ପିତାଙ୍କ ମୃତ୍ୟୁ ପରେ ପରିବାରକୁ ପାଂଚ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ତେବେ ଏହି ଅର୍ଥ ଲୋଭରେ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ପୋଲିସ ଲିଖିତ ଅଭିଯୋଗ ପାଇ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Related posts