
କୌଶମ୍ବୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାର ସିରାଥୁ ଅଞ୍ଚଳରେ ଥିବା ଭଡା ଘରେ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ନାମ ସରିତା (୨୮) ଏବଂ ତାଙ୍କ ଝିଅ ତନୁ (୭)।
ଅତିରିକ୍ତ ପୋଲିସ ଅଧୀକ୍ଷକ ସମର ବାହାଦୂର ଗଣମାଧ୍ୟମକୁ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ମୃତଙ୍କାଙ୍କ ସ୍ଵାମୀ ମୋହିତ ସାହୁ ଘରକୁ ଫେରିଥିଲେ। ଏବଂ ସେ ଘରେ ତାଙ୍କ ସ୍ତ୍ରୀ ଏବଂ ଝିଅର ମୃତ ଦେହ ଦେଖିଥିଲେ। ମୋହିତ ହତ୍ୟା ସନ୍ଦେହ କରି ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା। ମୋହିତ ଜଣେ ଡିଜେ ବ୍ୟବସାୟ। ସେ ଏକ ନୂତନ ଘର ନିର୍ମାଣ କରି ଭଡା ଘରରୁ ନୂତନ ଘରକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲେ।
ଫୋରେନସିକ୍ ବିଶେଷଜ୍ଞଙ୍କ ସହ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପୋଷ୍ଟ ମର୍ଟମ ପରୀକ୍ଷା ପାଇଁ ପଠାଯାଇଛି। ପୋଲିସ କହିଛି ଯେ ସେମାନେ ଏହି ଅଞ୍ଚଳରେ ସ୍ଥାପିତ ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରୁଛନ୍ତି। (ଏଜେନ୍ସି)