Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ନାବାଳିକା ଝିଅକୁ ବାପା କୁକର୍ମ କରିଥିବା ଅଭିଯୋଗ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏଜ ଲଜ୍ୟାଜନକ ଘଟଣାକ୍ରମେ ଆଜି ଜଣେ ଜନ୍ମିତ ବାପା ମଦ ନିଶାରେ ଚୁର୍ ହୋଇ ନିଜର ନାବାଳିକା ଝିଅକୁ କୁକର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ଅଂଚଳର କୁଠାରି ମନ୍ଦିର ସାହିରେ ଜଣେ ବାପା ମଦ ନିଶାରେ ନିଜ ୭ ବର୍ଷର ଝିଅକୁ କୁକର୍ମ କରିବାବେଳେ ଝିଅଟିର ପାଟି ଶୁଣି ସାହି ବାସିନ୍ଧା ଏକତ୍ରିତ ହୋଇଥିଲେ। ଏହି ସମୟରେ ମଦ ନିଶାରେ ଅନ୍ୟ ଏକ ଘଟଣା ଘଟାଇ ବାପା ପାଖରେ ଥିବା ସାନପୁଅକୁ ଛାତ ଉପରକୁ ନେଇ ତଳେ ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲା। କିନ୍ତୁ ବଡ଼ବଜାର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୁଅଟିକୁ ଉଦ୍ଧାର କରିବା ସହ ମଦ୍ୟପ ବାବାକୁ ଥାନାକୁ ଆଣିଥିଲେ।

ନାବାଳିକାକୁ ଉଦ୍ଧାର କରାଯାଇ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି। ଏନେଇ ବଡ଼ବଜାର ଥାନାରେ ୩୮/୨୧ରେ ମାମଲା ରୁଜୁ ହୋଇଥିବା ସହ ଅଭିଯୁକ୍ତ ବାପାକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭଡା ଘରେ ଥିବା ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା

କୌଶମ୍ବୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାର ସିରାଥୁ ଅଞ୍ଚଳରେ ଥିବା ଭଡା ଘରେ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ନାମ ସରିତା (୨୮) ଏବଂ ତାଙ୍କ ଝିଅ ତନୁ (୭)।

ଅତିରିକ୍ତ ପୋଲିସ ଅଧୀକ୍ଷକ ସମର ବାହାଦୂର ଗଣମାଧ୍ୟମକୁ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ମୃତଙ୍କାଙ୍କ ସ୍ଵାମୀ ମୋହିତ ସାହୁ ଘରକୁ ଫେରିଥିଲେ। ଏବଂ ସେ ଘରେ ତାଙ୍କ ସ୍ତ୍ରୀ ଏବଂ ଝିଅର ମୃତ ଦେହ ଦେଖିଥିଲେ। ମୋହିତ ହତ୍ୟା ସନ୍ଦେହ କରି ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା। ମୋହିତ ଜଣେ ଡିଜେ ବ୍ୟବସାୟ। ସେ ଏକ ନୂତନ ଘର ନିର୍ମାଣ କରି ଭଡା ଘରରୁ ନୂତନ ଘରକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲେ।

ଫୋରେନସିକ୍ ବିଶେଷଜ୍ଞଙ୍କ ସହ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପୋଷ୍ଟ ମର୍ଟମ ପରୀକ୍ଷା ପାଇଁ ପଠାଯାଇଛି। ପୋଲିସ କହିଛି ଯେ ସେମାନେ ଏହି ଅଞ୍ଚଳରେ ସ୍ଥାପିତ ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରୁଛନ୍ତି। (ଏଜେନ୍ସି)