କ୍ଷେତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଚାରି ସନ୍ତାନଙ୍କ ମୃତଦେହ : କୁରାଢୀରେ କରାଯାଇଛି ନିର୍ମମ ହତ୍ୟା

Published: Oct 16, 2020, 5:09 pm IST

ଜଲଗାଁଓ : ମହାରାଷ୍ଟ୍ରର ଜଲଗାଁଓରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତି ଗୋଟିଏ ପରିବାରର ଚାରି ସନ୍ତାନଙ୍କୁ କୁରାଢୀରେ ନିର୍ମମ ହତ୍ୟା କରିଛି । ବୋରେଖେଡା ଗ୍ରାମର କ୍ଷେତରୁ ଚାରି ଶିଶୁଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଚାକିରି ସନ୍ଧାନରେ ମହତାବ ତାଙ୍କ ସ୍ତ୍ରୀ ସହ ଚାରି ସନ୍ତାନକୁ ଧରି ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରର ଜଲଗାଁଓ ଆସିଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ରୁମଲୀ ବାଇ ଓ 12 ବର୍ଷର ଝିଅ ସଇତା, 11 ବର୍ଷର ରାଓ୍ବଲ୍‌, ଆଠ ବର୍ଷର ଅନୀଲ୍‌ ଓ ତିନି ବର୍ଷର ସୁମନ୍‌ ରହିଥିଲେ । ବାରଖେଡା ଗ୍ରାମର ମୁସ୍ତଫା ନାମକ ଜଣେ ବ୍ୟକ୍ତିଙ୍କ ଘରେ ମହତାବ ଚାଷ କାର୍ଯ୍ୟ କରୁଥିଲେ । ତେବେ ମାତା ପିତା ମଧ୍ୟପ୍ରଦେଶରେ ରହିଥିବାବେଳେ ଚାରି ସନ୍ତାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମୁସ୍ତାଫାଙ୍କ କ୍ଷେତରୁ ଉଦ୍ଧାର କରାଯାଇଛି ।  ତେବେ ଏହି ଘଟଣା ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ହୋଇଥିବାର ସୂଚନା ରହିଛି ।

ପ୍ରାଥମିକ ଯାଞ୍ଚରୁ ଏହି ମୃତ ସନ୍ତାନକୁ ଏକ କୁରାଢୀରେ ହତ୍ୟା କରାଯାଇଥିବାର ସୂଚନା ଦେଇଛି ପୋଲିସ୍‌ । ତେବେ ପୋଲିସ୍‌ ସମସ୍ତ ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି । (ଏଜେନ୍ସି)

Related posts