ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

Published: Oct 21, 2020, 1:33 pm IST

ଲକ୍ଷ୍ନୌ :  ହାଥରସ୍‌ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଉତ୍ତର ପ୍ରଦେଶରେ ଆଉ ଏକ ଭୟାନକ ଏବଂ ବୀଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ନିଜର ପୁରୁଷ ବନ୍ଧୁଙ୍କୁ ଭେଟି ନପାରିବାରୁ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ 30 କିମି ଦୂର ବାରବାଙ୍କିରେ ଘଟିଛି । 17ବର୍ଷୀୟ ନାବାଳିକାକୁ ପରିବାର ଲୋକ ପୁରୁଷବନ୍ଧୁଙ୍କ ସହ ମିଶିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ପୁରୁଷ ବନ୍ଧୁ ନିଜର ଆଉ ଜଣେ ସାଙ୍ଗଙ୍କ ସହିତ ମିଶି ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

ଯୁବତୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ଯୁବକଙ୍କୁ ପଚରା ଉଚୁରା କରିଥିଲା ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ଏକ କେନାଲରେ ଫୋପାଡି ଦେଇଥିଲେ ଦୁଇ ଯୁବକ । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ହତ୍ୟା ମାମଲା ଦାୟର କରିଛି ପୋଲିସ । (ଏଜେନ୍ସି)

Related posts