ସରକାରୀ ଚାକିରି ପାଇବା ପରେ ଯୁବକ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ କ’ଣ

Published: Nov 1, 2020, 12:44 pm IST

ନୂଆଦିଲ୍ଲୀ : ସାଧାରଣତଃ ଯୁବକମାନେ ଚାକିରି ନ ପାଇ ଦୁଃଖରେ ଆତ୍ମହତ୍ୟା କରନ୍ତି । କିନ୍ତୁ ଜଣେ ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । କଥାଟା ଅବିଶ୍ବାସ ହେଉଥିଲେ ବି ସତ । ତାମିଲନାଡୁର କନ୍ୟାକୁମାରୀଠାରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ସରକାରୀ ଚାକିରି ପାଇବା କାରଣରୁ ଆତ୍ମହତ୍ୟା କରିଛନ୍ତି ।

ଯୁବକ ଜଣକ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ମାଗିଥିଲେ ଯେ, ଯଦି ତାଙ୍କର ସରକାରୀ ଚାକିରି ହେଇଯିବ ତେବେ ସେ ନିଜ ଜୀବନ ତ୍ୟାଗ କରି ଭଗବାନଙ୍କ ଶରଣକୁ ଚାଲିଯିବେ । ଯେଉଁଦିନ ତାଙ୍କର ପ୍ରତିଜ୍ଞା ପୂର୍ଣ୍ଣ ହେଲା ସେଦିନ ସେ ମୃତ୍ୟକୁ କୋଳେଇ ନେଲେ ।

ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ଅଞ୍ଚଳରେ ରହୁଥିବା 32 ବର୍ଷୀୟ ଯୁବକ ନବୀନଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମୁମ୍ବାଇରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ତାଙ୍କର ଚାକିରି ହୋଇଯାଇଥିଲା । ନବୀନଙ୍କୁ କୌଣସି ସରକାରୀ ଚାକିରି ମିଳୁନଥିବାରୁ ସେ ବହୁତ ବ୍ୟତିବ୍ୟସ୍ତ ରହୁଥିଲେ । ସେ ଶେଷରେ ଭଗବାନଙ୍କ ନିକଟରେ ଏପରି ପ୍ରତିଜ୍ଞା ନେଇଥିଲେ । ପ୍ରତିଜ୍ଞା କରିବାର କିଛି ଦି ପରେ ତାଙ୍କର ଚାକିରି ହୋଇଯାଇଥିଲା । ସେ ଚାକିରିରେ ଜଏନ କରିବା ସହ ସେଠାରେ 15 ଦିନ ରହିଥିଲେ । ଏହାପରେ ସେ ଶୁକ୍ରବାର ଦିନ ତ୍ରିଭେନ୍ଦମ୍‌କୁ ଆସିଥିଲେ । ସେଠାରେ ଏକ ରେଳଷ୍ଟେସନ ନିକଟରେ ଟ୍ରାକ୍‌ରେ ଶୋଇ ଜୀବନ ଦେଇଦେଇଥିଲେ । ମୃତକ ନବୀନଙ୍କ ନିକଟରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରୁ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା । ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରିଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି । (ଏଜେନ୍ସି)

Related posts