ବିହାର : ବିହାରର ସୁପୋଲ୍ଠାରେ ଏକ ବଧୂହତ୍ୟା ମାମଲା ସାମ୍ନାକୁ ଆସିଛି । ବୋହୂ ଜଣକ ମାଛ ତରକାରୀ ନ କରିପାରିବାରୁ ଶାଶୁଘର ଲୋକେ ତାଙ୍କର ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ବୋହୂର ମୃତଦେହକୁ ଗ୍ରାମର ନିକଟରେ ଥିବା ନାଳରେ ଭସାଇଦେଇଛନ୍ତି ।
ବୋହୂର ବାପଘର ପରିବାରକୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ପରେ ସେ ଏସଂକ୍ରାନ୍ତରେ ପୋଲିସ୍ରେ ଅଭିଯୋଗ କରିଥିଲେ । ପୋଲିସ୍ ଲୋକଙ୍କସୂଚନା ପାଇଁ ମହିଳାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆଣମ୍ଭ କରିଛି । ଏହାପରେ ମହିଳାଙ୍କ ସ୍ବାମୀଙ୍କ ସମେତ ଶାଶୁଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ମିଳିଥିବା ସୂଚନା ଅନୁସାରେ ରତନାପୁର ଥାନା ଅଞ୍ଚଳରେ କୋସୀର ପୂର୍ବର ଢାଁଢା ଗ୍ରାମ ନିକଟରେ କୋସୀ ନଦୀରୁ ଏକ ବସ୍ତାରେ ମହିଳାଙ୍କ ମୃତଦେହ ମିଳିଥିଲା । ଗ୍ରାମବାସୀଙ୍କ ସୂଚନା କ୍ରମେ ପୋଲିସ୍ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ୍ କରିଥିଲେ । ଏହାପରେ ଘଟଣା ଉପରକୁ ପରଦା ଉଠିଥିଲା ।
2020 ମାର୍ଚ୍ଚ ମାସରେ ମହିଳାଙ୍କ ବିବାହ ହୋଇଥିବାବେଳେ ସାମାନ୍ୟ କାରଣରୁ ଶାଶୁଘର ଲୋକେ ବୋହୂର ହତ୍ୟା କରିଛନ୍ତି । ତେବେ ମହିଳାଙ୍କ ବାପଘର ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ନ ପାଇବା ପରେ ପୋଲିସ୍ର ସାହାଯ୍ୟ ନେଇଥିଲେ । ପ୍ରଥେମ ମହିଳାଙ୍କ ବାପଘର ଲୋକେ ମହିଳାଙ୍କ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ । ମହିଳାଙ୍କ ମୃତଦେହ ମିଳିବା ପରେ ମହିଳାଙ୍କ ସ୍ବାମୀ ଓ ଶଶୁରଙ୍କୁ ପୋଲିସ୍ ଗିରଫ କରିଛି । ମହିଳାଙ୍କ ହତ୍ୟା ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ମାଛ ରୋଷେଇ କରିପାରିନଥିଲେ । ଏହାକୁ ନେଇ ବିବାଦ ହୋଇଥିଲା । ବିବାଦ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ରାଗରେ ସ୍ବାମୀ ଜଣକ ମହିଳାଙ୍କର ହତ୍ୟା କରିଦେଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ସୁନୀଲ୍ଙ୍କୁ ତାଙ୍କ ମା’ ଓ ବାପା ସହଯୋଗ କରିଥିଲେ । (ଏଜେନ୍ସି)