Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାଛ ତରକାରୀ ନ କରିପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ଅପରାଧ

ମାଛ ତରକାରୀ ନ କରିପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

November 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାରର ସୁପୋଲ୍‌ଠାରେ ଏକ ବଧୂହତ୍ୟା ମାମଲା ସାମ୍ନାକୁ ଆସିଛି । ବୋହୂ ଜଣକ ମାଛ ତରକାରୀ ନ କରିପାରିବାରୁ ଶାଶୁଘର ଲୋକେ ତାଙ୍କର ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ବୋହୂର ମୃତଦେହକୁ ଗ୍ରାମର ନିକଟରେ  ଥିବା ନାଳରେ ଭସାଇଦେଇଛନ୍ତି ।

ବୋହୂର ବାପଘର ପରିବାରକୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବା ପରେ ସେ ଏସଂକ୍ରାନ୍ତରେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଲୋକଙ୍କସୂଚନା ପାଇଁ ମହିଳାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆଣମ୍ଭ କରିଛି । ଏହାପରେ ମହିଳାଙ୍କ ସ୍ବାମୀଙ୍କ ସମେତ ଶାଶୁଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ଅନୁସାରେ ରତନାପୁର ଥାନା ଅଞ୍ଚଳରେ କୋସୀର ପୂର୍ବର ଢାଁଢା ଗ୍ରାମ ନିକଟରେ କୋସୀ ନଦୀରୁ ଏକ ବସ୍ତାରେ ମହିଳାଙ୍କ ମୃତଦେହ ମିଳିଥିଲା । ଗ୍ରାମବାସୀଙ୍କ ସୂଚନା କ୍ରମେ ପୋଲିସ୍‌ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ୍‌ କରିଥିଲେ । ଏହାପରେ ଘଟଣା ଉପରକୁ ପରଦା ଉଠିଥିଲା ।

2020 ମାର୍ଚ୍ଚ ମାସରେ ମହିଳାଙ୍କ ବିବାହ ହୋଇଥିବାବେଳେ ସାମାନ୍ୟ କାରଣରୁ ଶାଶୁଘର ଲୋକେ ବୋହୂର ହତ୍ୟା କରିଛନ୍ତି । ତେବେ ମହିଳାଙ୍କ ବାପଘର ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ନ ପାଇବା ପରେ ପୋଲିସ୍‌ର ସାହାଯ୍ୟ ନେଇଥିଲେ । ପ୍ରଥେମ ମହିଳାଙ୍କ ବାପଘର ଲୋକେ ମହିଳାଙ୍କ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ । ମହିଳାଙ୍କ ମୃତଦେହ ମିଳିବା ପରେ ମହିଳାଙ୍କ ସ୍ବାମୀ ଓ ଶଶୁରଙ୍କୁ ପୋଲିସ୍‌ ଗିରଫ କରିଛି । ମହିଳାଙ୍କ ହତ୍ୟା ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ସ୍ତ୍ରୀ ମାଛ ରୋଷେଇ କରିପାରିନଥିଲେ । ଏହାକୁ ନେଇ ବିବାଦ ହୋଇଥିଲା । ବିବାଦ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ରାଗରେ ସ୍ବାମୀ ଜଣକ ମହିଳାଙ୍କର ହତ୍ୟା କରିଦେଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ସୁନୀଲ୍‌ଙ୍କୁ ତାଙ୍କ ମା’ ଓ ବାପା ସହଯୋଗ କରିଥିଲେ । (ଏଜେନ୍ସି)

ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.