Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବବଧୂଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ: ସ୍ୱାମୀ ପରିବାର ଲୋକେ ଅଟକ
ଅପରାଧ

ନବବଧୂଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ: ସ୍ୱାମୀ ପରିବାର ଲୋକେ ଅଟକ

November 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ବାସୁଦେବ ନଗର ଷଷ୍ଠ ଲାଇନ୍‌ରେ ଜଣେ ନବବିବାହିତା ମହିଳାଙ୍କୁ ଶ୍ୱଶୁର ଘର ଲୋକେ ମିଶି ତଣ୍ଟି ଚିପି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀନାରାୟଣ ବିଷୋୟୀଙ୍କ ସ୍ତ୍ରୀ କୁନି ଜେନା।

ଘଟଣାରୁ ପ୍ରକାଶ ଯେ କୁନି ଗତ କିଛି ମାସ ହେଲା ଲକ୍ଷ୍ମୀନାରାୟଣଙ୍କୁ ବିବାହ କରିଥିବାବେଳେ ସେ ୩ ମାସର ଗର୍ଭବତୀ ଥିଲେ। କୌଣସି କାରଣକୁ ନେଇ ପରିବାର ଲୋକେ କୁନିକୁ ଭଲ ପାଉନଥିବାବେଳେ ବାରମ୍ବାର ଶାରୀରିକ ମାନସିକ ନିର୍ଯ୍ୟାତନା ମିଳୁଥିଲା। ଆଜି କୁନିଙ୍କ ବାପାଘର ଲୋକେ କୁନିର ମୃତ୍ୟୁ ହୋଇଛି ବୋଲି ଜାଣିବା ପରେ ହତ୍ୟା ସଂଦେହ କରି ସଦରଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ତଣ୍ଟିଚିପି ମାରିଥିବା ନେଇ ସେମାନେ କହିଥିଲେ।

ଅଭିଯୋଗ ପାଇବା ପରେ ମାଜିଷ୍ଟ୍ରେଟ ଏବଂ ସଦରଥାନା ଅଧିକାରୀଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇ ପଠାଯାଇଛି। ଥାନା କେସ ନଂ ୩୧୯/୨୦ରେ ୪୯୮ (କ), ୩୦୨, ୩୦୪ (ବି), ୩୪୯, ୩୪ ଆଇପିସିରେ ମାମଲା ରୁଜୁ ହୋଇ ସ୍ୱାମୀ ଲକ୍ଷ୍ମୀନାରାୟଣ ସମେତ ଶ୍ୱଶୁର, ଶାଶୁ, ଦିଅରଙ୍କୁ ଥାନାରେ ଅଟକ ରଖାଯାଇ ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026
Latest News

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.