ପୁରୀରେ ଥିବା ଭଡାଟିଆମାନେ ମଧ୍ୟ ଜଗନ୍ନାଥ ଦର୍ଶନର ପାଇବେ ସୁଯୋଗ

Published: Dec 27, 2020, 3:24 pm IST

ପୁରୀ, ଧାର୍ମିକ ସହର ପୁରୀରେ ଯେଉଁମାନେ ଭଡାରେ ରହିଛନ୍ତି ସେମାନଙ୍କ ଉପରେ ଜଗନ୍ନାଥ ପ୍ରସନ୍ନ ହୋଇଛନ୍ତି। ଭଡାଟିଆମାନେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ଏମାନେ ଘରମାଲିକଙ୍କଠାରୁ ଏହି ଲେଖା ଆଣିବାକୁ ପଡିବ। ତାହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ।

କୋଭିଡ19  ପାଇଁ ଦୀର୍ଘ ନ ମାସଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଗତ 23 ତାରିଖରୁ ଖୋଲାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଛଡାଯାଇଥିଲା। ଏହ ଅବଧୀ ଗତକାଲି ସରିବା ପରେ ପୁରୀବାସୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଖୋଲାଯାଇଛି। ଏଥିରେ ଭଡାଟିଆମାନେ ମଧ୍ୟ ଯାଇପାରିବେ ବୋଲି କୁହାଯାଇଛି।

Related posts