Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ମୁକ୍ତେଶ୍ବର ନୃତ୍ୟ ଉତ୍ସବରେ ଡୋନା ଗାଙ୍ଗୁଲିଙ୍କ ଓଡିଶୀ ନୃତ୍ୟ, ଶିବ ତାଣ୍ଡବରେ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟା
ଜାତୀୟ ଖବର

ଆଜି ମୁକ୍ତେଶ୍ବର ନୃତ୍ୟ ଉତ୍ସବରେ ଡୋନା ଗାଙ୍ଗୁଲିଙ୍କ ଓଡିଶୀ ନୃତ୍ୟ, ଶିବ ତାଣ୍ଡବରେ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟା

January 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ମୁକ୍ତେଶ୍ବର ନୃତ୍ୟ ଉତ୍ସବରେ ଡୋନା ଗାଙ୍ଗୁଲିଙ୍କ ଓଡିଶୀ ନୃତ୍ୟ, ଶିବ ତାଣ୍ଡବରେ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟା

ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ତରଫରୁ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଶିବ ସ୍ତୋତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଏହି ସଂଗୀତ ପରିବେଷଣ କରାଯାଇଥିଲା।  ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ମଙ୍ଗଳାଚରଣ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ।

ସେହିପରି ଅଭିନୟ ପର୍ଯ୍ୟାୟରେ ରାମାୟଣର ଶବରୀ ଉପାଖ୍ୟାନ ପରିବେଷଣ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍‍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ ଅଭିନୟ ଶ୍ରୀରାମସ୍ତୁତି ପରିବେଷଣ କରିଥିଲେ। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ପଦୀପ କୁମାର ଦାସ କରିଥିଲେ ।

ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ କରାଯାଇଥିଲା।  ମଙ୍ଗଳାଚରଣରେ ଶ୍ରୀଗଣେଶ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ।

ଆଜି ସଂଧ୍ୟାର ଦ୍ବିତୀୟ ସଂଧ୍ୟାରେ ରହିଛି ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲିଙ୍କର ଓଡିଶୀ ନୃତ୍ୟ ପ୍ରଦର୍ଶନ।

ଓଡିଶା ପର୍ଯ୍ୟଟନ ବିଭାଗ ମୁକ୍ତେଶ୍ବର ନୃତ୍ୟ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026

BSNL ମାରିଲା ବାଜି!: Jio ଏବଂ Airtelକୁ ପଛରେ ପକାଇ ଏହି କ୍ଷେତ୍ରରେ ହେଲା ନମ୍ବର ୱାନ୍

April 12, 2026

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026
Latest News

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026

ବବିଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି

April 12, 2026

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

April 12, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ପାରାଦୀପ ଷ୍ଟେସନ ନିରୀକ୍ଷଣ

April 12, 2026

BSNL ମାରିଲା ବାଜି!: Jio ଏବଂ Airtelକୁ ପଛରେ ପକାଇ ଏହି କ୍ଷେତ୍ରରେ ହେଲା ନମ୍ବର ୱାନ୍

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.