Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମୁକ୍ତେଶ୍ବର ନୃତ୍ୟ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ଓଡିଶୀ ପରିବେଷଣ କଲେ ଡୋନା ଗାଙ୍ଗୁଲି

ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏକକ, ଯୁଗଳ ଏବଂ ବୃନ୍ଦ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୁବନେଶ୍ୱର ସ୍ବପ୍ନେଶ୍ୱର ଚକ୍ରବର୍ତ୍ତୀ ଏବଂ ତାଙ୍କ ଦଳ ଶିବ ବନ୍ଦନା ସଂଗୀତ ପରିବେଷଣ କରିଥିଲେ। ଏକକ ଓଡ଼ିଶୀ ନୃତ୍ୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ରମେଶ ଚନ୍ଦ୍ର ଜେନା ଓଡିଶୀ ପରିବେଷଣ କରିଥିଲେ। ସେ ହରଗୌରାଷ୍ଠକମ ଏବଂ ପରେ ଅଭିନୟରେ ବିଶ୍ବରୂପ ନୃତ୍ୟ ପରିବେଷଣ କରିଥିଲେ। ଏହାକୁ ଗୁରୁ ଅରୁଣା ମହାନ୍ତି ଏବଂ ବିଚିତ୍ରାନନ୍ଦ ସ୍ବାଇଁ କୋରିଓଗ୍ରାଫ୍ କରିଥିଲେ।

କୋଲକାତା ସ୍ଥିତ ଶତାଦ୍ଧୀ ମଲ୍ଲିକ ଏବଂ ଭୁବନେଶ୍ୱର ନୀଲାଦ୍ରି ମହାନ୍ତି, ଦ୍ବିତୀୟ ସନ୍ଧ୍ୟାରେ ଡୁଏଟ୍ କରିଥିଲେ। ଉଭୟ ହେଉଛନ୍ତି ଗୁରୁ ଦୁର୍ଗା ଚରଣ ରଣବୀରଙ୍କର ଶିଷ୍ୟ। ସେହିପରି ବୃନ୍ଦ ଉପସ୍ଥାପନାରେ କୋଲକାତାସ୍ଥିତ ଡୋନା ଗାଙ୍ଗୁଲି ଏବଂ ତାଙ୍କ ଟ୍ରୁପ୍ ଓଡିଶୀ ପରିବେଷଣ କରିଥିଲେ। ସେମାନେ ଦଶ ଅବତରା ଏବଂ ପରେ ଅର୍ଦ୍ଧନାରୀଶ୍ୱର ଏବଂ ଶଙ୍କରାଭରଣ ପଲ୍ଲବୀ ଉପସ୍ଥାପନ କରିଥିଲେ। ଭୁବନେଶ୍ବରର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ହେଉଥିବା ଏହି ଉତ୍ସବ ଆଜି ସଂଧ୍ୟାରେ ଶେଷ ହେବ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଆଜି ମୁକ୍ତେଶ୍ବର ନୃତ୍ୟ ଉତ୍ସବରେ ଡୋନା ଗାଙ୍ଗୁଲିଙ୍କ ଓଡିଶୀ ନୃତ୍ୟ, ଶିବ ତାଣ୍ଡବରେ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟା

ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ତରଫରୁ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଶିବ ସ୍ତୋତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଏହି ସଂଗୀତ ପରିବେଷଣ କରାଯାଇଥିଲା।  ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ମଙ୍ଗଳାଚରଣ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ।

ସେହିପରି ଅଭିନୟ ପର୍ଯ୍ୟାୟରେ ରାମାୟଣର ଶବରୀ ଉପାଖ୍ୟାନ ପରିବେଷଣ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍‍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ ଅଭିନୟ ଶ୍ରୀରାମସ୍ତୁତି ପରିବେଷଣ କରିଥିଲେ। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ପଦୀପ କୁମାର ଦାସ କରିଥିଲେ ।

ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ କରାଯାଇଥିଲା।  ମଙ୍ଗଳାଚରଣରେ ଶ୍ରୀଗଣେଶ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ।

ଆଜି ସଂଧ୍ୟାର ଦ୍ବିତୀୟ ସଂଧ୍ୟାରେ ରହିଛି ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲିଙ୍କର ଓଡିଶୀ ନୃତ୍ୟ ପ୍ରଦର୍ଶନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ତିନିଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ, ଜାଣନ୍ତୁ କେଉଁମାନେ କରିବେ ନୃତ୍ୟ ପରିବେଷଣ

ଭୁବନେଶ୍ବର, ଆଜିଠାରୁ ତିନିଦିନ ଧରି ଭୁବନେଶ୍ବରର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେବ ମୁକ୍ତେଶ୍ବର ନୃତ୍ୟ ଉତ୍ସବ। ଏହି ଉତ୍ସବରେ ଓଡିଶୀ ସଂଗୀତ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯିବ। ଓଡିଶୀ ନୃତ୍ୟ ପର୍ଯ୍ୟାୟରେ ଏକକ, ଦ୍ବୈତ ଏବଂ ବୃନ୍ଦ ଓଡିଶୀ ରହିଛି। ପ୍ରତିବର୍ଷ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି।

ଏହି ଉତ୍ସବରେ ମୀରା ଦାସ, ରିବିଦତା ବରୁଆ, ପ୍ରୀତିଶା ମହାପାତ୍ର, ରମେଶ ଜେନା, ଶତାଦ୍ଦୀ ମଲ୍ଲିକ, ସୋନାଲୀ ମହାପାତ୍ର, ଶ୍ରୀପୁନ୍ୟ ମହାନ୍ତି ଏବଂ ଜୋତ୍ସାରାଣୀ ସାହୁ ପ୍ରମୁଖ ନୃତ୍ୟ ପରିବେଷଣ କରିବେ। ଆସନ୍ତାକାଲି କୋଲକାତାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଏବଂ ତାଙ୍କର ସାଥୀମାନେ ବୃନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରିବେ।