Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦ୍‌ଘାଟିତ, ଶିଳ୍ପୀଙ୍କୁ କରାଗଲା ସମ୍ମାନିତ
ଜାତୀୟ ଖବର

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦ୍‌ଘାଟିତ, ଶିଳ୍ପୀଙ୍କୁ କରାଗଲା ସମ୍ମାନିତ

January 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦ୍‌ଘାଟିତ, ଶିଳ୍ପୀଙ୍କୁ କରାଗଲା ସମ୍ମାନିତ

ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦଘାଟିତ ହୋଇଛି। ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଉଦ୍‌ଘାଟନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରି ପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଉଦ୍‌ଘାଟନୀ ସଭାରେ ଉପସ୍ଥିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମେଳାରେ ଭାଗ ନେଇଥିବା ହସ୍ତଶିଳ୍ପ କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ କୋଭିଡ୍‌ ନିୟମକୁ ଅନୁ ପାଳନ କରି ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦାନ କରି ତୋଷାଳି ମେଳାର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ସହିତ ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଜ୍ୟୋତି ପ୍ରକାଶ ଦାସ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଓ ଅନ୍ୟ ପଦାଧିକାରୀମାନେ ଯୋଗଦାନ କରିଥିଲେ ।

ଏହି ସଭାରେ ତିନିଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ପାଇଁ ଦିବ୍ୟଜ୍ୟୋତି ବେହେରା , ତାଳ ପତ୍ର ଖୋଦେଇ ପାଇଁ ଦିଲ୍ଲୀପ କୁମାର ସ୍ୱାଇଁ , ମୃତ୍ତିକା କଳା ପାଇଁ ପ୍ରିୟଙ୍କା ପାତ୍ର। ସେହି ପରି ୬ ଜଣଙ୍କୁ କଳାକୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ପାଇଁ ସୁଶାନ୍ତ କୁମାର ଦାସ, ପଥର ଖୋଦେଇ ପାଇଁ  ନିତ୍ୟାନନ୍ଦ ଦାସ, ପଟ୍ଟଚିତ୍ର ପାଇଁ ସୁଶ୍ରୀ ରୋନିବାଳା ମହାପାତ୍ର, ତାଳପତ୍ର ଖୋଦେଇ ପାଇଁ ନିର୍ମଳ ଚନ୍ଦ୍ର ଦାସ, ଚାନ୍ଦୁଆ ଶିଳ୍ପ ପାଇଁ ସୁରେଶ ଚନ୍ଦ୍ର ମହା ପାତ୍ର ଏବଂ ନଡାଶିଳ୍ପ ପାଇଁ ମିସ୍‌ କୁନି ପାତ୍ର ।

ଏହି ମେଳା ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୧୫ ଦିନ ଧରି  ହେବାକୁ ଥିବା ଏହି ମେଳାରେ ମୋଟ ୨୫୦ଟିି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଖୋଲାଯାଇଛି । ଏଥିରେ ଆମ ରାଜ୍ୟର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟର ପ୍ରାୟ ୮୦ ଜଣ ହସ୍ତଶିଳ୍ପୀ ଓ ବୁଣାକାର ମାନେ ଯୋଗଦେଇଛନ୍ତି । କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ପରିଦର୍ଶକମାନଙ୍କ ସମାବେଶକୁ ଏଡ଼େଇବା ପାଇଁ ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇନାହିଁ । ମେଳାକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକଙ୍କର କୋଭିଡ୍‌ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜରମାନ ସ୍ଥାପନ କରାଯାଇଛି ।

ଦର୍ଶକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି। ମେଳା ପରିସରରେ ସରକାରଙ୍କ କୋଭିଡ୍‌ ନିୟମ ଅନୁପାଳନ ନିମେନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରତିବର୍ଷ ଭଳି ଏହି ମେଳାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲାରହିବ ।

ରାଜ୍ୟ ତଥା ଜାତୀୟ ସ୍ତରର ହସ୍ତଶିଳ୍ପ କାରିଗର ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାର ସୁଯୋଗ ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ବିକାଶ ଆୟୁକ୍ତ (ହସ୍ତତନ୍ତ) ଓ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସହଭାଗିତାରେ ଅନୁଷ୍ଠିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟକଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍‌) ତରଫରୁଏହି ମେଳାର ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି।

Toshali Craft Mela
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ମନମୁଖୀ କାର୍ଯ୍ୟ ଉପରେ କଟକଣା: ନିର୍ଦ୍ଦେଶାବଳୀ ଜାରି କଲା RBI

June 16, 2026

ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତର ଲଗାତାର ଦୁଇଟି ପରାଜୟ: ଏବେ ଫାଇନାଲ ଖେଳିପାରିବ କି?

June 16, 2026
Latest News

ଆଜି ଜୁନ ୧୭ରେ ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

June 17, 2026

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.