Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉଦ୍ଯାପିତ
ଆଜିର ଖବର

ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉଦ୍ଯାପିତ

February 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଓଡିଶାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହା ଉତ୍ସବ କଳାହାଣ୍ଡିର ଜୁନାଗଡ ଠାରେ ଲଙ୍କେଶ୍ୱରୀ ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରର ଆଦିବାସୀ ଉତ୍ସବ ଜୁନାଗଡ ପାଇଁ ଏକ ଯୁଗାନ୍ତକାରୀ ଇତିହାସ ହୋଇରହିବ ଏବଂ ଲୋକସାହିତ୍ୟ, ଲୋକସଂସ୍କୃତି ସବୁବେଳେ ସମାଜକୁ ଦିଗଦର୍ଶନ ଦେଇଥାଏ ବୋଲି ଉଦଯାପନ ସମାରୋହରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିରୋଧି ଦଳ ନେତା ପ୍ରଦିପ୍ତ କୁମାର ନାଏକ ପ୍ରକାଶ କରିଥିଲେ।

ହଜାରେ ବର୍ଷର ନଗର କଳାହାଣ୍ଡି ର ପ୍ରାକ୍ତନ ରାଜଧାନୀ ଛଅକୋଡି ବନ୍ଧକୁ ନଅ କୋଡି ତୋଟା ର ନଗର, ମନ୍ଦିର ମାଳିନୀ ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ସହିତ ପୁରାତନ ସଂସ୍କୃତି ଓ ପ୍ରାଚୀନ ଆଦିବାସୀ ପରଂପରାକୁ ବହନ କରୁଥିବା ପ୍ରକୃତିର ଗନ୍ତାଘର ଭାବେ ପରିଚିତ ଜୁନାଗଡ ସହରରେ ଜାତୀୟ ସ୍ତରର ଆଦିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆନନ୍ଦର ବିଷୟ ବୋଲି ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାକ୍ତନ ମନ୍ତ୍ରୀ ଓ ସାଂସଦ ରାସବିହାରୀ ବେହେରା ମତବ୍ୟକ୍ତ କରିଥିଲେ।

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ପୂର୍ବାଂଚଲ ସଂସ୍କୃତିକ କେନ୍ଦ, କୋଲକତା ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସହେଯାଗରେ ଆୟୋଜିତ ଏହି ଜାତୀୟ ଆଦିବାସୀ ଲୋକନୃତ୍ୟ କାର୍ଯୟକ୍ରମକୁ ୧୨ ତାରିଖ ଦିନ ଉଦଘାଟନ କରାଯାଇଥିଲା। ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଗାଟନ କରିଥିଲେ। ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଧର୍ମଶାଳା ବିଧାୟଲ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଦାୟକ ସଂଜୀବ ମଲ୍ଲୀକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ଦ୍ୱିତୀୟ ଦିନ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ପରଂପରା ସର୍ବପୁରାତନ ପରଂପରା ଏବଂ ଏଥି ସହିତ ଆମର ସାମାଜିକ ବିଧି ବ୍ୟବସ୍ଥା ଜଡିତ ରହିଛି ବୋଲି ପ୍ରକାଶ କରିଥିଲେ। ଜନ୍ମ ହେବା ପରେ ପାଂଚ ପଇସାରେ ଆଦିବାସୀ ମାଆଁଙ୍କ ପାଖରେ ମୋତେ ବିକ୍ରୀ କରାଯାଇଥିଲା, ତେଣୁ ଆଦିବାସୀ ମାନଙ୍କ ପାଖରେ ସର୍ବଦା ନତମସ୍ତକ ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ ମନ୍ତ୍ରୀ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି କଳାହାଣ୍ଡିର ଜୁନାଗଡରେ ଏହି ଜାତୀୟ ଉତ୍ସବ ପାଳନ କରାଯାଇଥିବାରୁ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ଆସାମର ଭରତାଲ, ବିହୁ ଓ ବୋଡି ନୃତ୍ୟ, ଝାରଖଣ୍ଡର ଛଉ ଓ ପାଇକା, ପଶ୍ଚିମ ବଂଗର ରେବେନ, ନୃତିକା ବାଡେନ ଓ ପୁରୁଲିଆ ଛଉ, ବିହାରର ଭୋଜପୁରୀ ଏବଂ ଓଡିଶାର ମୋଗଲ ତାମସା,ଦୁରୁଆ, କୋୟା,ଢେମସା ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମଂଚରେ ଭାନୁପ୍ରକାଶ ରଥ ସଂଯୋଜନା କରିଥିଲେ। ଜୁନାଗଡ ପୂର୍ବ ନଗରପାଳ ମହେଶ ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ଓଡିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜୁନାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.