Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନିଜଣ ପ୍ରମୁଖ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହେଲା ଚିତ୍ରକଳା ପ୍ରଦର୍ଶନୀ ପରିକ୍ରମା
ଆଜିର ଖବର

ତିନିଜଣ ପ୍ରମୁଖ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ହେଲା ଚିତ୍ରକଳା ପ୍ରଦର୍ଶନୀ ପରିକ୍ରମା

February 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଫରେଷ୍ଟପାର୍କ ନିକଟସ୍ଥ ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିଲା ପରିକ୍ରମା ଚିତ୍ରକଳା ପ୍ରଦର୍ଶନୀ । ତିନିଜଣ ପ୍ରମୁଖ ଚିତ୍ରଶିଳ୍ପୀ ସଞ୍ଜୟ ପଟ୍ଟନାୟକ, ପ୍ରଜେଶ ମହାପାତ୍ର ଏବଂ ଶୁଭଙ୍କର ତରଫଦାରଙ୍କ ମିିଳିତ ଅନୁଷ୍ଠିତ ହୋଇଥିଲା ଚିତ୍ରକଳା ପ୍ରଦର୍ଶନୀ ।

ଏହି ପ୍ରଦର୍ଶନୀକୁ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଧ ଭାବରେ ଉଦ୍‌ଘାଟନ କରିଥିଲେ । ଏଥିରେ ମୋଟ ୨୯ଟି କଳାକୃତୀ ସ୍ଥାନ ପାଇଥିଲା । ତନ୍ମଧ୍ୟରୁ ସଞ୍ଜୟଙ୍କ ୧୩ଟି ଚିତ୍ର ଯାହା ପାରମ୍ପରିକ ଶୈଳୀର ଚିତ୍ରରେ ଆଧୁନିକତାର ଛାପ ଦେଖିବାକୁ ମିିଳିଥିଲା । ଗାଢ ରଙ୍ଗର ପ୍ରୟୋଗ ଦ୍ୱାରା ଅଙ୍କିତ ଚିତ୍ର ଅତି ସୁନ୍ଦର ଦେଖା ଯାଉଥିଲା ।

ସେହିପରି ପ୍ରଜେଶ ମହାପାତ୍ରଙ୍କ ମୋଟ ୮ଟି ଚିତ୍ର ସ୍ଥାନ ପାଇଥିଲା ଶିଳ୍ପୀ ଯାହାକୁ ଧଳା ପେପରରେ ସେମି ଅବଷ୍ଟ୍ରାକ୍ଟ କାମ କରିଥିଲେ । ଶେଷରେ ଶୁଭଙ୍କର ତରଫଦାରଙ୍କ ୮ଟି ଚିତ୍ର ଯାହା ଆଧୁନିକ ଶୈଳୀରେ ଅଙ୍କିତ ଚିତ୍ରରେ ମନୁଷ୍ୟର ଛାପ ଓ ଜ୍ୟାମିତିକ ଶୈଳୀ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ମୀନକେତନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ବ୍ୟତୀତ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ବାଞ୍ଛାନିଧି ପଟ୍ଟନାୟକ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ । ଏ ଚିତ୍ରକଳା ପ୍ରଦର୍ଶନୀକୁ ଦର୍ଶକମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026

ଗଣତନ୍ତ୍ର ବଂଚାଓ ଆଳରେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ସ୍ମୃତି ପଟ୍ଟନାୟକ

October 17, 2026
Latest News

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026

ଶତ୍ରୁରୁ ମୁକ୍ତି ପାଇବା ପାଇଁ ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ କରନ୍ତୁ ପୂଜା ଜାଣନ୍ତୁ ପୂଜା ବିଧି

October 17, 2026

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.