ଶ୍ରୀମନ୍ଦିରରେ ରକ୍ତର ଛିଟା: ଶ୍ରୀଜିଉଙ୍କର ମହାସ୍ନାନ ପରେ ଦର୍ଶନ ଲାଗି ଭକ୍ତଙ୍କୁ ମିଳିଲା ଅନୁମତି

Published: Mar 6, 2021, 12:22 pm IST

ପୁରୀ: ଶ୍ରୀମନ୍ଦିରରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି। ଯାହାଦ୍ୱାରା ସକାଳ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀଜିଉଙ୍କର ମହାସ୍ନାନ ପରେ ସକାଳ ନୀତିର ଆୟୋଜନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କୁ ଅନୁମତି ମିଳିଛି। ହେଲେ ଶ୍ରୀମନ୍ଦିର ପରିସରରେ ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

Related posts