
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।
ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ଵକୁ ଆବରଣ କରାଯିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବ ନାହିଁ। ପୂଜା ସମୟରେ ପୂଜକଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅନୁମତି ମିଳିବ। କେବଳ ଦ୍ଵିତୀୟ ଡୋଜ ଟୀକା ଦେଇଥିବା ଲୋକଙ୍କୁ ଅନୁମତି ମିଳିବ। ପୂଜା ସମୟରେ ଉପସ୍ଥିତ ତ୍ବା ଲୋକଙ୍କୁ କରୋନା ନିୟମ ମାନିବା ବାଧ୍ୟତାମୂଳକ।
ସେହିଭଳି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ପିଲାଙ୍କୁ ନେଇ ପୂଜା ଆୟୋଜନ କରାଯିବ। ପୂଜା ସମୟରେ କୌଣସି ପ୍ରକାର ପ୍ରାସାଦ ସେବନ ପାଇଁ ଅନୁମତି ନାହିଁ।
ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। କୁତ୍ରିମ ପୁଷ୍କରଣୀରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।