Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା
ଆଜିର ଖବର

ଓଡିଶା ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା

October 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲଳିତ କଳା ଏକାଡେମୀ ତରଫରୁ କୋରାପୁଟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର: ଏକଦା ଓଡ଼ିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣିରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡ଼ରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବାବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରୟାସ ଆରମ୍ଭ କରାଯାଇ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଏହି କ୍ରମରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ପଦ୍ମପୁର ଗ୍ରାମରେ ଏକ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିଜ ନିଜ ଗୃହ ସମ୍ମୁଖରେ ସୁଦୃଶ ଝୋଟି ଆଙ୍କିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏକ ବିଚାରକ ମଣ୍ଡଳୀ ଦ୍ୱାରା ଏସବୁ ଝୋଟିର ମନୋନୟନ କରାଯାଇ ଶ୍ରେଷ୍ଠ ବିବେଚିତ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥିରେ ପ୍ରଥମ ମନସ୍ୱିନୀ ବିଶ୍ୱାଳ, ଦ୍ୱିତୀୟ ଶାନ୍ତିଲତା ଖେମୁଣ୍ଡୁ ଓ ତୃତୀୟ ଅନ୍ନପୂର୍ଣ୍ଣା ଖେମୁଣ୍ଡୁ ହୋଇଥିବାବେଳେ ଆରତୀ ମହାନ୍ତି, ଶିବାନୀ ମହାନ୍ତି ଓ ରୀନା ଉପାପାଡ଼ିିଆ ଏପରି ତିନିଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବାବେଳେ ଜନସାଧାରଣଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଥିବା ଦେଖାଯାଇଥିଲା ।

ଏହି ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେଦଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମାଧମ ପାଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲ ଏବଂ ପଦ୍ମପୁର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ହଞ୍ଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଲଳିତ କଳା ଏକାଡେମୀ କୋରାପୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026
Latest News

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.