Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ମେଘ ଉତ୍ସବରେ ଚିତ୍ରକଳା ଶିବିର: “ମେଘ ମହ୍ଳାର” ଉଦଘାଟିତ
ଆଜିର ଖବର

ରାଜ୍ୟସ୍ତରୀୟ ମେଘ ଉତ୍ସବରେ ଚିତ୍ରକଳା ଶିବିର: “ମେଘ ମହ୍ଳାର” ଉଦଘାଟିତ

November 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡ଼ିଶା ଲଲିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରି ଦ୍ଵାରା ଆୟୋଜିତ “ମେଘ ଉତ୍ସବ” ଅବସରରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର “ମେଘ ମହ୍ଳାର” ଆୟୋଜିତ ହୋଇଅଛି। ଉକ୍ତ ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ, ଲୋକ କଳାର ପ୍ରକଳ୍ପ ନିର୍ଦ୍ଦେଶକ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକ କଳା ସଂଘର ସଭାପତି ଅବନିସ କୁମାର ମିଶ୍ର, ଓଡ଼ିଶା ଲଲିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ଶୁଭ ଉଦଘାଟନ କରି ଅଂଶଗ୍ରହଣକାରୀ ଯୁବ ଶିଳ୍ପୀ ମାନଙ୍କୁ କଳାର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ।

ଏଥି ସହିତ ଚିତ୍ର ଓ ସାହିତ୍ୟରେ ବର୍ଷାର ଚିତ୍ରଣ କଳା ଓ ସାହିତ୍ୟକୁ ଋଦ୍ଧିମନ୍ତ କରେ ବୋଲି ମତପ୍ରକାଶ କରିଥିଲେ। ଅତିଥି ମାନେ ପ୍ରାରମ୍ଭରେ ଶିଳ୍ପୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଶିବିରକୁ ସ୍ଵାଗତ କରିଥିଲେ। ଦିପାରାଣୀ ନାୟକ, ବିବେକାନନ୍ଦ ମହାପାତ୍ର, ଗୁରୁ ଶିଷ୍ୟ, ଜଗନ୍ନାଥ ସ୍ୱାଇଁ, ଜ୍ୟୋର୍ତି୍‌ଦେବ ସିଂ, ସୋଫିୟା ୟସମିନ୍‌, ଜ୍ୟୋତିରଜଂନ ପଣ୍ଡା, ଜୀବନ ଜ୍ୟୋତି ଥଟାଇ, ଶଶିକାନ୍ତ ପୃଷ୍ଟି, ନରେନ୍ଦ୍ର କୁମାର ମାଝି, ଜ୍ୟେତିରଞ୍ଜନ ସାହୁ, ସୈାମ୍ୟ ରଞ୍ଜନ ସାହୁ, ଫକୀର ମେହେର, ଖରତ ତାଣ୍ଡି, ତ୍ରିଲୋଚନ ସାହୁ, କୁଲଦିପ ରାୟ, ଅରଜିତ ଦାସ, ଅଜୟ କୁମାର ପରିଡ଼ା, ଦିବ୍ୟ ଲୋଚନ ମହନ୍ତ, ଦ୍ୱିତିକୃଷ୍ଣ ବରାଦ, ଲକ୍ଷ୍ମୀ ନାରାୟଣ ଦୁଅଁ, ରୋହିତ କୁମାର ସରଫ ପ୍ରମୁଖ କ୍ୟାନଭାସରେ ଏକ୍ରିଲିକ ରଙ୍ଗର ଚିତ୍ର ଅଙ୍କନ କରିବା ବେଳେ ଚିନ୍ମୟ ଭଟ୍ଟ, ଦିପେଶ ଭୋଇ, ନିରଞ୍ଜନ ସାହୁ, ଅଜୟ କୁମାର ପାତ୍ର, ବିନ୍ଦଗଣ୍ଡ, ନିବେଦିତା ମହାରଣା, ସଞ୍ଜୁକ୍ତା କିଶାନ, ଦେବ ମାରି, ଅନ୍ତରାମ ସାନ୍ତା, ପ୍ରତ୍ୟୁଷ କୁମାର ସାହୁ ଆଦି ସୁନ୍ଦର ଜଳରଙ୍ଗ ଛବି ଅଙ୍କନ କରିଥିଲେ।

ଏହି ଚିତ୍ର ଶିବିରରେ ଭୁବନେଶ୍ଵରରୁ ବିଭୁତି କାନୁନଗୋ ଚାରୁକଳା ମହାବିଦ୍ୟାଳୟ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଖଲିକୋଟରୁ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ, ବାଲେଶ୍ଵର ଚାରୁ ଓ କାରୁକାଳା ମହାବିଦ୍ୟାଳୟ, ଭଦ୍ରକ ଚାରୁକଳା ମହାବିଦ୍ୟାଳୟ, ସୁନ୍ଦରଗଡରୁ କଳାୟତନ ଚାରୁ ଓ କାରୁ କଳା ମହାବିଦ୍ୟାଳୟ , ଉତ୍କଳ ସଂସ୍କୃତି ବିଶ୍ଵ-ବିଦ୍ୟାଳୟ ଓ କୋରାପୁଟରୁ ଶ୍ରୀ ବିକ୍ରମଦେଓ ଚାରୁ ଓ କାରୁ କଳା ବିଦ୍ୟାଳୟର ମୋଟ ୩୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ଶିଳ୍ପୀମାନଙ୍କ ଚିତ୍ରରେ ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ଯ ଓ ବର୍ଷା ଋତୁ ସମ୍ବନ୍ଧୀୟ ଚିତ୍ର ବେଶ ଆକର୍ଷଣୀୟ ଓ ପ୍ରଶଂସନୀୟ ହୋଇଥିଲା।

ଓଡ଼ିଶା ଲଲିତ କଳା ଏକାଡେମୀ ମେଘ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026
Latest News

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.