Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ
ଆଜିର ଖବର

ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

December 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ”। ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରୀ ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ୍ ଘୋଷଣା କରିଛନ୍ତି।

ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି। ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ “ମହୁରି ସମ୍ମାନ” ପ୍ରଦାନ କରାଯାଉଛି।

ଜଗତସିଂହପୁର ଜିଲ୍ଲାର ସାଦେଇପୁର ଠାରେ ୧୯୭୭ରେ ଜନ୍ମ ହୋଇଥିବା କବି ଡ. ଗାୟତ୍ରୀବାଳା ପଣ୍ଡା ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି। କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରିବା ସହିତ ସାଂପ୍ରତିକ ପ୍ରସଙ୍ଗ ଭିତିକ ଫିଚର ରଚନା କରନ୍ତି। ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚ୍‌ଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତିଭାବରେ ଗ୍ରହଣ କରିଛନ୍ତି।

ଏଯାବତ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ହୋଇସାରିଥିବା ବେଳେ ୨ଟି ଯନ୍ତ୍ରସ୍ଥ ରହିଛି। ଡ. ପଣ୍ଡାଙ୍କର ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି।

୨୦୧୧ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଡ. ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଏହା ବ୍ୟତୀତ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସାହିତ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ୨୦୧୫ରେ ସେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସତର ଦିନ ଅବସ୍ଥାନ କରିଥିଲେ। ଏଯାବତ ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ। କେବଳ ସାହିତ୍ୟ ରଚନା ନୁହେଁ ସାମ୍ବାଦିକତା ପାଇଁ ମଧ୍ୟ ସେ ସ୍ୱର୍ଣ୍ଣପଦକ ପାଇଛନ୍ତି। ଡ. ପଣ୍ଡା ସଂପ୍ରତି ସାହିତ୍ୟ ପତ୍ରିକା “ଅନ୍ୟା”ର ସଂପାଦକ ଅଟନ୍ତି।

ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ କେନ୍ଦ୍ରର ମୁଖ୍ୟ ଡ. ପଣ୍ଡା ଅନେକ ସୃଜନଶୀଳ କାର୍ଯ୍ୟ ହାତକୁ ନେଇଛନ୍ତି।

ଡ. ଗାୟତ୍ରୀବାଳା ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.