Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଆଜିର ଖବର

ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଦ୍ୱିତୀୟ ଜ୍ଞାନର ପ୍ରତୀକ ଭାରତୀୟ ଜ୍ଞାନ ପରମ୍ପରାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟସ୍ରୋତରେ ଯୋଡ଼ିବା ଉଦ୍ଦେଶ୍ୟରେ ଆଜି ‘ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ’ ଉନ୍ମୋଚନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଇନଟ୍ରୋଡକ୍ସନ ଟୁ ଭାରତୀୟ ନଲେଜ ସିଷ୍ଟମ’ ତଥା ଇଣ୍ଡିଆନ ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକକୁ ଶ୍ରୀ ପ୍ରଧାନ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଭାରତୀୟ ଜ୍ଞାନ ପରମ୍ପରାର ମୂଳ ଆଧାର ଏବଂ ଏହାକୁ ଆଧୁନିକ ଓ ବୈଜ୍ଞାନିକ ଭାଷାରେ ବିଶ୍ୱ ସାମ୍ନାରେ ଆଣିବା ଆମ ପାଇଁ ଏକ ଆହ୍ୱାନ। ଏ ମର୍ମରେ ସନାତନ ଭାରତୀୟ ଜ୍ଞାନର ସମୃଦ୍ଧ ପରମ୍ପରାକୁ ସ୍ପଷ୍ଟ ଭାବରେ ଲୋକଲୋଚନକୁ ଆଣିବା ଏବଂ ଆଧୁନିକ ପାଠ୍ୟକ୍ରମର ଅଂଶୀଦାର କରିବା ଦିଗରେ ଇଣ୍ଡିଆନ ନଲେଜ୍ ସିଷ୍ଟମ ଉପରେ ଏହି ଗବେଷଣା ଆଧାରିତ ଗ୍ରନ୍ଥ ଉନ୍ମୋଚିତ ହେବା ଗୌରବର ବିଷୟ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପୁସ୍ତକର ତିନି ଲେଖକ ପ୍ରଫେସର ବି. ମହାଦେବନ, ପ୍ର. ବିନାୟକ ରଜତ ଭଟ୍ଟ, ପ୍ର. ନାଗେନ୍ଦ୍ର ପୱନ ଏବଂ ଏଆଇସିଟିଇକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି ଯେ ସତ୍ୟ, ଅହିଂସା, ନ୍ୟାୟ, ଧର୍ମ ଭଳି ନୀତି ସିଦ୍ଧାନ୍ତ, ବେଦ, ଉପନିଷଦ, ରାମାୟଣ, ମହାଭାରତ ଭଳି ମହାକାବ୍ୟ ଏବଂ ସଂସ୍କୃତ, ପାଲି, ପାକୃତ, ତାମିଲ ଭଳି ପ୍ରାଚୀନ ଭାରତୀୟ ଭାଷା, ଭାରତର ଜୀବନ ପଦ୍ଧତି ଏବଂ ଦର୍ଶନ ହିଁ ଭାରତୀୟ ଜ୍ଞାନ ପରମ୍ପରା ଅଟେ। ଗ୍ରହ ନକ୍ଷତ୍ରର ଚଳଣି, ସମୟର ସଠିକ୍ ଗଣନା, ରସାୟନ ଶାସ୍ତ୍ର, ନାଗରିକ ଶାସ୍ତ୍ର, ବାସ୍ତୁକଳା, ବିଜ୍ଞାନ ଭଳି ଅନେକ କ୍ଷେତ୍ରରେ ଭାରତ ଖ୍ରୀଷ୍ଟପୂର୍ବରୁ ହିଁ ଜ୍ଞାନ ସଂସ୍କୃତିର ପରିଚୟ ରହିଆସିଛି। ଶିଳ୍ପ ବିପ୍ଳବ ଠାରୁ ୧୭୦୦ ରୁ ୨୦୦୦ ବର୍ଷ ପୂର୍ବେ ଭାରତରେ ସ୍ୱତନ୍ତ୍ର ଇସ୍ପାତର ବ୍ୟବହାର ହେଉଥିବାର ବୈଜ୍ଞାନିକ ପ୍ରମାଣ ରହିଛି।

ମହାତ୍ମା ଗାନ୍ଧି ଦୁନିଆକୁ ଏକ ନୂଆ ବିଚାର ଦେଇଥିଲେ। ସମାଜରେ ସତ୍ୟ ଓ ଅହିଂସା ଦ୍ୱାରା ଲୋକତନ୍ତ୍ର ସ୍ଥାପନ ହେବାର ନୂଆ ଦିଗଦର୍ଶନ ଦେଇଥିଲେ। ଗାନ୍ଧିଜୀଙ୍କୁ ଶ୍ରୀମଦ୍ ଭାଗବତ ଗୀତାରୁ ହିଁ ସତ୍ୟ ଓ ଅହିଂସା ପଥରେ ଚାଲିବାର ପ୍ରେରଣା ମିଳିଥିଲା। ଗୀତା ମାନବ ଜୀବନ ସହ ଜଡ଼ିତ ଜ୍ଞାନର ଏକ ପ୍ରାସଙ୍ଗିକ ସଙ୍କଳନ। ଜଳର ଉପଲବ୍ଧତାରୁ ଆମର ସଭ୍ୟତା ସଂସ୍କୃତି ବିକଶିତ ହୋଇଛି। ବୁନ୍ଦେଲଖଣ୍ଡର ନଈ ଭଳି ଜଳ ପ୍ରବନ୍ଧନର ପୁରାତନ ଇତିହାସ ଏବଂ ଭାରତର କୋଣ ଅନୁକୋଣରେ ଏଭଳି ଅନେକ ଉଦାହରଣ ଭାରତୀୟ ଜ୍ଞାନ ପରମ୍ପରାର ବୈଭବର ସାକ୍ଷୀ ହୋଇଛି। ମାତ୍ର ଭାରତ ଉପରେ ବିଦେଶୀ ଆକ୍ରମଣ ସହ ଆମର ଜ୍ଞାନ ପରମ୍ପରାକୁ ସଂକୁଚିତ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଔପନିବେଶୀକରଣ କରିବା ଦିଗରେ ଚେଷ୍ଟା ଆରମ୍ଭ ହୋଇଛି।

କରୋନା ସମୟରେ ଯୋଗ ଏବଂ ଆୟୁର୍ବେଦ ଭଳି ଭାରତର ବ୍ୟବସ୍ଥା ବିଶ୍ୱର ଆହ୍ୱାନ ଗୁଡ଼ିକୁ ସମାଧାନ କରିବାର ବାଟ ବାହାର କରିଥିଲେ, ଏହା ହିଁ ହେଉଛି ଭାରତୀୟ ଜ୍ଞାନ ବ୍ୟବସ୍ଥା। ବିଶ୍ୱର ସବୁ ବିକଶିତ ଦେଶ ନିଜର ଜ୍ଞାନ ପରମ୍ପରା ଦ୍ୱାରା ମହାଶକ୍ତି ହୋଇପାରିଛନ୍ତି।

ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି କରିବା ତଥା ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ମାନବ ପ୍ରସ୍ତୁତ କରିବା ଦିଗରେ ଆମେ ଆମର ନିଜ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ଶିକ୍ଷା ଭିତିଭୂମି ପ୍ରସ୍ତତ କରିବା,ଯାହା କେବଳ ନିଜ ପାଇଁ ନୁହେଁ ବରଂ ବିଶ୍ୱର ସମସ୍ୟାକୁ ସମାଧାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତୀୟ ଜ୍ଞାନ ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.