ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

Published: Jun 14, 2022, 7:43 am IST

ଭୁବନେଶ୍ବର, ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ରଜ ପର୍ବ। କରୋନା ସଂକ୍ରାମଣ ଭୟରେ ଗତ ସାରା ଓଡିଶାରେ  ଲକଡାଉନ ଜାରି ରହିଥିଲା। କିନ୍ତୁ ଏଥର କରୋନାର ସ୍ଥିତି ସେତେଟା ନାହିଁ। ତେଣୁ ଏଥର ଯୁବତୀମାନେ ରଜ ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ସଜବାଜ ହୋଇସାରିଛନ୍ତି।

ତେବେ ଏହି ଗଣ ପର୍ବର ଅନେକ ନୀତି ରହଛି। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। ଆସନ୍ତୁ ଜାଣିବା କିପରି ପାଳନ କରାଯାଏ ରଜ।

ପୋଡପିଠା:

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରି ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଆଯାଏ।

ରଜପାନ:

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି।

ରଜଦୋଳି, ପୁଚିଖେଳ:

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଚି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।

Related posts