Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..
ବିଶେଷ ଖବର

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

June 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହେଉଛି ରଜ ପର୍ବ। କରୋନା ସଂକ୍ରାମଣ ଭୟରେ ଗତ ସାରା ଓଡିଶାରେ  ଲକଡାଉନ ଜାରି ରହିଥିଲା। କିନ୍ତୁ ଏଥର କରୋନାର ସ୍ଥିତି ସେତେଟା ନାହିଁ। ତେଣୁ ଏଥର ଯୁବତୀମାନେ ରଜ ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ସଜବାଜ ହୋଇସାରିଛନ୍ତି।

ତେବେ ଏହି ଗଣ ପର୍ବର ଅନେକ ନୀତି ରହଛି। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। ଆସନ୍ତୁ ଜାଣିବା କିପରି ପାଳନ କରାଯାଏ ରଜ।

ପୋଡପିଠା:

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରି ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଆଯାଏ।

ରଜପାନ:

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି।

ରଜଦୋଳି, ପୁଚିଖେଳ:

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଚି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।

କରୋନା କଟକଣା ପହିଲି ରଜ ପୋଡପିଠା ବନସ୍ତେ ଡାକିଲା ଗଜ ସଜବାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026
Latest News

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.