Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀଙ୍କ ପୀଠରେ ସୂର୍ଯ୍ୟପରାଗ ନୀତିକାନ୍ତି
ଆଜିର ଖବର

ମା’ ଭଗବତୀଙ୍କ ପୀଠରେ ସୂର୍ଯ୍ୟପରାଗ ନୀତିକାନ୍ତି

October 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ମା' ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ: ତିନି ଦିନ ଧରି ଚାଲିବ ପ୍ରସିଦ୍ଧ ଭଉଁରୀଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତବର୍ଷ ମହାକାର୍ତ୍ତିକ ଦୀପାବଳି ଅମାବାସ୍ୟା ତିଥିରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ସୂର୍ଯ୍ୟାସ୍ତ ପୂର୍ବରୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ସହିତ ଦେବା ଦେବୀ ପୀଠମାନଙ୍କରେ ସ୍ଵତନ୍ତ୍ର ନୀତିକାନ୍ତି ପାଳିତ ହେବ। ଏହି ଦିନ ମା’ ଭଗବତୀଙ୍କ ପୀଠରେ ମଧ୍ୟ ସ୍ଵତନ୍ତ୍ର ଭାବରେ ପରାଗ ନୀତିକାନ୍ତି ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଅନୁସାରେ ମନ୍ଦିର ପାଞ୍ଜିଗଣକ, ପୁରୋହିତ, ପର୍ବପୂଜକ, ପରିଛା ସାମନ୍ତ ଏବଂ ପ୍ରଶାସନଙ୍କ ମିଳିତ ନିଷ୍ପତ୍ତିକ୍ରମେ ମଙ୍ଗଳବାରେ ଅମାବାସ୍ୟା ତିଥିରେ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରୁଥିବାରୁ ଏବଂ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବ ମୋକ୍ଷ ହେଉଥିବାରୁ ସୂର୍ଯ୍ୟ ଦୃଶ୍ୟମାନ ହେଉନ ଥିବା ଯୋଗୁଁ ମନ୍ଦିରର ମଙ୍ଗଳବାରର ସମସ୍ତ ନୀତିକାନ୍ତି ଦିଅଁ ବିଜେ, ସୋମବାର ରାତ୍ର ୧୨ ଘଟିକାରୁ ଆରମ୍ଭ ହୋଇ ଭୋର୍ ୪ଟା ୫୭ ମିନଟ୍ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

କାରଣ ମଙ୍ଗଳବାର ଭୋର୍ ୪ ଟା ୫୭ ମିନିଟରୁ ପାକ ତ୍ୟାଗ ଦେବନୀତି ନିଷେଧ ଥିବାରୁ ଏହି ସମୟରୁ ମା’ଙ୍କର ସମସ୍ତ ନୀତିକାନ୍ତି ମଙ୍ଗଳବାର ଦିନ ସାରା ବନ୍ଦ ରହିବ। ମା’ କେବଳ ସର୍ବ ସାଧାରଣଙ୍କୁ ଦୂରରେ ଦର୍ଶନ ଦେବେ। ଏହି ସମୟରେ ସର୍ବସାଧାରଣଙ୍କ ଭୋଗ ଲାଗି ହେବ ନାହିଁ, ଶ୍ରଦ୍ଧାଳୁମାନେ ଗର୍ଭ ଗୃହ, ଚନ୍ଦନ ଅର୍ଗଳୀ ପାଖକୁ ଯାଇ ପାରିବେ ନାହିଁ। କେବଳ ମଣ୍ଡପରେ ଥାଇ ଦର୍ଶନ କରିବେ।

ସୋମବାର ସଂଧ୍ୟା ସମୟରେ ଦୀପଦାନ ଦୀପାବଳିର ସମସ୍ତ ନୀତିକାନ୍ତି ପରେ ବଡ଼ସିଂହାର ହୋଇ ରାତ୍ର ପହୁଡ଼ ହେବ। ପୁଣି ରାତ୍ର ୧୨ ଘଟିକା ଠାରୁ ଦ୍ଵାର ଫିଟା, ଅବକାଶ, ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି ବଢିବା ପରେ ଖେଚଡ଼ି ଡ଼ାଲି ଧୂପ ବଢି ଶଙ୍କୁଡି ଭୋଗ ପରେ ଦିବା ପହୁଡ଼ ପରେ ମଙ୍ଗଳବାର ନୀତିକାନ୍ତିରେ ମା’କାଠି ଠାକୁରାଣୀ ଦକ୍ଷେଶ୍ଵର ମନ୍ଦିରରୁ ନିଶାର୍ଦ୍ଧରେ ବିଜେ କରିବାପରେ ଆଳତି ଖେଇ ଧୂପ ହୋଇ ମଙ୍ଗଳବାରର ବଡ଼ସିଂହାର ସାରି ପିତ୍ରାଳୟକୁ ଫେରିବା ପରେ ରାତ୍ର ପହୁଡ ହୋଇ ପୁଣି ମାଜଣାବଲ୍ଲଭ ଆଳତି ହୋଇ ଭୋର୍ ୪ ଟା ୫୭ ପୂର୍ବରୁ ଦେବୀନୀତି ଶେଷହେବ, ମଙ୍ଗଳବାର ପରାଗ ସ୍ପର୍ଶ ସମୟରେ ପରାଗ ଧୂପ ହୋଇ ପୋତା ଯିବ।

ବୁଧବାର ଭୋର୍ ୫ ଟା ୫୬ମିନିଟସୂର୍ଯ୍ୟ ଉଦୟରୁ ପୁଣି ଯଥାରୀତି ନୀତିକାନ୍ତି ବଢିବ ବୋଲି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

ଦୀପାବଳି ଅମାବାସ୍ୟା ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026
Latest News

ବିନେଶ ଫୋଗାଟଙ୍କୁ ବଡ଼ ଝଟକା: ବିଶ୍ୱ ଚାମ୍ପିଅନସିପ୍ ଟ୍ରାଏଲ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ମନା

September 11, 2026

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.