ଚିଲିକା: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମ ଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଅଛି। କରୋନା ଯୋଗୁଁ ଏହି ଯଜ୍ଞ ସାମାନ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଗ୍ରାମ କମିଟି ପକ୍ଷରୁ ଚଳିତ ବର୍ଷ ପୁଣି ଥରେ ଏହାକୁ ବହୁ ଆଡମ୍ବରରେ କରିବା ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ଠାରୁ ଏହି ଉତ୍ସବରେ ସଙ୍କୀର୍ତ୍ତନ ଲାଗି ରାହିଥିବା ବେଳେ ଆଜି ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗ୍ରାମର ଏହି ଉତ୍ସବ ଦେଖିବା ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଏହି ଉତ୍ସବକୁ ଦେଖିବା ତଥା ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ରୁଣ୍ଡ ହେବାରେ ଲାଗିଛି। ସେଥିପାଇଁ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଗାଁ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଜି ପୂର୍ଣ୍ଣାହୁତି ପରେ ନଗରକୀର୍ତ୍ତନ କରାଯିବ। ଏହି ଅବସରରେ ପଡୋଶୀ ଗ୍ରାମର ହଜାର ହଜାର ଅତିଥିଙ୍କ ପାଇଁ ପ୍ରସାଦ ସେବନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।