Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ୨୯ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଆଜିର ଖବର

ବାଲୁଗାଁ: ୨୯ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

December 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା।

ଅପରାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବି.କେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ ତମବର୍ଷ ତଥା ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜୋନର ସହ ନିର୍ଦ୍ଦେଶିକା ବି.କେ ସୁଲୋଚନା, ବି.କେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବି.କେ ଲିନା,ରାଜ୍ୟ ସଂଯୋଜକ ବି. କେ ନଥମଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବି.କେ ଅରୁଣ ପଣ୍ଡା, ବିଶିଷ୍ଟ ସମାଜସେବୀ ପୃଥ୍ୱୀରାଜ ହରିଚନ୍ଦନ, ରଘୁନାଥ ସାହୁ ଆଦି ଯୋଗଦେଇ ଆଧୁନିକ ସମାଜରେ ଶିବ ଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ବ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ନିଜ ଅଭିଭାଷଣ ରେ ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ।ଶାନ୍ତି ହେଉଛି କାମ୍ୟ, ଅଶାନ୍ତ ସମାଜକୁ ଶାନ୍ତ ଦିଗରେ ଆଧ୍ୟାତ୍ମିକତା ଚେତନା ସଫଳୟନ ରୂପ ଦେଇପାରିବ ବୋଲି କହିଥିଲେ।

ପରିଶେଷରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ସୁନାମ ଧନ୍ୟ ଡାକ୍ତର ସୁରେନ୍ଦ୍ରନାଥ ଦାସ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, କ୍ରୀଡ଼ାବିତ କ୍ରିଷ୍ଣା ଶିକାରୀ ଏବଂ ଆଶିଷ ସ୍ୱାଇଁଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବାଲୁଗାଁ ବିଶ୍ୱଭୂଷଣ ହରିଚନ୍ଦନ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶିବ ଜ୍ୟୋତି ଧାମ ବାର୍ଷିକ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ଏକାଥରେ 34 ଜଣ ଓଏଫଏସ ଙ୍କର ହେଲା ଅଦଳବଦଳ, 14 ଜଣ ଡିଏଫଓ ଙ୍କ ବଦଳି, ଜାଣନ୍ତୁ କିଏ କେଉଁଠାକୁ ଗଲେ

July 24, 2025

ଆସନ୍ତା ୨୮ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ଆସନ୍ତାକାଲିଠୁ ଅନଲାଇନ ପଞ୍ଜୀକରଣ

July 24, 2025

ପୁଣି ଆଇଏଏସ ଅଦଳବଦଳ, ପୂର୍ବରୁ କରିଥିବା ଭୁଲୁକୁ ସୁଧାରିଲେ ସରକାର, ଚାରି ବରିଷ୍ଠଙ୍କୁ ନୁଆ ଦାୟିତ୍ବ

July 24, 2025
Latest News

ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

July 24, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025

ଏକାଥରେ 34 ଜଣ ଓଏଫଏସ ଙ୍କର ହେଲା ଅଦଳବଦଳ, 14 ଜଣ ଡିଏଫଓ ଙ୍କ ବଦଳି, ଜାଣନ୍ତୁ କିଏ କେଉଁଠାକୁ ଗଲେ

July 24, 2025

ଆସନ୍ତା ୨୮ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ଆସନ୍ତାକାଲିଠୁ ଅନଲାଇନ ପଞ୍ଜୀକରଣ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.