Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଦେଶୀ ନୃତ୍ୟଶିିଳ୍ପୀଙ୍କ ନୃତ୍ୟରେ ଝଙ୍କୃତ ହେଲା ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ
ଅନ୍ତରାଷ୍ଟ୍ରୀୟ

ବିଦେଶୀ ନୃତ୍ୟଶିିଳ୍ପୀଙ୍କ ନୃତ୍ୟରେ ଝଙ୍କୃତ ହେଲା ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odissi Dance
ବିଦେଶୀ ନୃତ୍ୟଶିିଳ୍ପୀଙ୍କ ନୃତ୍ୟରେ ଝଙ୍କୃତ ହେଲା ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସରେ ଓଡିଶା ସମେତ ଦେଶ ବିଦେଶରୁ ଯୋଗଦେଇଥିବା ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଆଜି ସକାଳେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ,ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର,ସଂସ୍କୃତି ବିଭାଗ ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ମୁକ୍ତିଲତା ପାଲ୍ ଏବଂ ଗୁରୁ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପୂର୍ବାହ୍ନ ଅଧିବେଶନରେ ବିଶ୍ୱଜିତ ବଳିୟାରସିଂହ କାର‌୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ବରେଣ୍ୟ ଗୁରୁବୃନ୍ଦ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ଏହି ଅଧିବେଶନରେ ଜାଗୃତି ସାଂସ୍କୃତିକ ଏକାଡେମୀ (ଭୁବନେଶ୍ୱର) ପକ୍ଷରୁ ଦଳଗତ ଓଡିଶୀ,ଅଙ୍କିତା ବେହେରା(ଏକକ ଓଡିଶୀ,ଭୁବନେଶ୍ୱର), ପୁରୋମିତା ବାନାର୍ଜୀ, ଲାବଣ୍ୟ ଘୋଷ (କୋଲକାତା-ଉଭୟ ଏକକ ଓଡିଶୀ), ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ, ଭୁବନେଶ୍ୱର(ଦଳଗତ ଓଡିଶୀ), ବିଧି ସେନଗୁପ୍ତା(ଛତିଶଗଡ-ଏକକ ଓଡିଶୀ ), ବସନ୍ତକୁମାର ନନ୍ଦ(ଭୁବନେଶ୍ୱର-ଏକକ ଓଡିଶୀ), ସ୍ପ୍ରିୟା ଦତ୍ତ-ଏକକ ଓଡିଶୀ,(ନୂଆ ଦିଲ୍ଲୀ), ଅଙ୍କିତ କୁମାର ଦାସ(ବ୍ରହ୍ମପୁର)-ଏକକ ଓଡିଶୀ, ମନମୋହନ ସଂଗୀତ ପରିଷଦ,ଭଦ୍ରକ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ସେହିପର ଆଜି ଅପରାହ୍ଣରେ ସଂଚାରୀ ଫାଉଣ୍ଡେସନ(ନୂଆ ଦିଲ୍ଲୀ) ପକ୍ଷରୁ ଦଳଗତ ଓଡିଶୀ, ତିଥି ଦାସ (କୋଲକାତା-ଏକକ ଓଡିଶୀ), ରୁବି ହାତୀ ଏବଂ ଶର୍ମିଷ୍ଠା ତରାଇ(ଯୁଗଳ ନୃତ୍ୟ-ଓଡିଶୀ), ଦେବାଶ୍ରିତା ସ୍ୱାଇଁ ,ଭୁବନେଶ୍ୱର(ଏକକ ଓଡିଶୀ), ସିମନ୍ତିନୀ ମିତ୍ର ବେହୁରା(ଏକକ ଓଡିଶୀ-ହୋଷ୍ଟନ-ଆମେରିକା), ନର୍ତ୍ତେଶ୍ୱର ସାଂସ୍କୃତିକ କେନ୍ଦ୍ର, କୋଲକାତା,ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀମାନଙ୍କୁ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟଶିଳ୍ପୀମାନେ ହେଲେ,ସଂଗୀତା ଦାସ, ଏକକ ଓଡ଼ିଶୀ (ପୁଦୁଚେରୀ), ଅଙ୍କିତା ସେନଗୁପ୍ତା(କୋଲକାତା ),ଭଗତ ପ୍ରଧାନ ଏବଂ ଦେବସ୍ମିତା ବାରିକ (ଓଡ଼ିଶୀ ଯୁଗଳବନ୍ଦୀ ), ଭୁବନେଶ୍ୱର,ପୁଷ୍ପା ପଣ୍ଡା, କଟକ,ସସ୍ମିତା ପଣ୍ଡା,କଟକ, ଦୀପ୍ସି ପଟ୍ଟନାୟକ, ଭୁବନେଶ୍ୱର,ଅମ୍ରିତା ପାଟଶାଣୀ ଏବଂ ଅଭିଲିପ୍ସା ଭଞ୍ଜ ( ଓଡ଼ିଶୀ ଯୁଗଳବନ୍ଦୀ ), ଭୁବନେଶ୍ୱର,ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର (ଦଳଗତ ଓଡ଼ିଶୀ )।

ଦ୍ୱିତୀୟ ଦିନର ସାଂଧ୍ୟ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ ହୃଷିକେଶ ମଲ୍ଲିକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ, ଓଡିଶା ସଂଗୀତ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରାଉତ, ସଂଗୀତ ଗୁରୁ ତଥା ସଂଗୀତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ, ଗୁରୁ ଦୁର୍ଗାଚରଣ ରଣବୀର , ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ , ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର। ସଂଯୋଜନା କରିଥିଲେ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ।

ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିନରେ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ସମସ୍ତ ନୃତ୍ୟ ଆକର୍ଷଣୀୟ ରହିଥିଲା। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଓ ଦର୍ଶକ ଉପସ୍ଥିତ ରହି ନୃତ୍ୟ ଉପଭୋଗ କରିବା ସହିତ ନୃତ୍ୟ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।

Odissi Festival ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓଡ଼ିଶୀ ଗବେଷଣା କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026

ବଢିଲା ଆମେରିକା – ଇରାନ ଅସ୍ତ୍ରବିରତି

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Latest News

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026

୪, ୬୨୩ ଜଣଙ୍କୁ ମିଳିଲା ନିଯୁକ୍ତି

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.