Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଲୋକମହୋତ୍ସବ ଘୁମୁରାର ମୂଲ୍ୟବୋଧ ହଜିଯାଉଥିବାର ଚର୍ଚ୍ଚା
ଆଜିର ଖବର

କଳାହାଣ୍ଡି ଲୋକମହୋତ୍ସବ ଘୁମୁରାର ମୂଲ୍ୟବୋଧ ହଜିଯାଉଥିବାର ଚର୍ଚ୍ଚା

January 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳାର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡିର ଲୋକ ମହୋତ୍ସବର ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା। କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ
ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି।

ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳାର ପୁନରୁତଥାନ ତ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଳି ସୁଯୋଗ ମଧ୍ୟ ମିଳି ପାରୁ ନ ଥିବାର କୁହା ଯାଉଛି। କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇଯାଇ ଥିଲେ ହେଁ କ୍ରମଶଃ ପୁରାତନ କଳା ସଂସ୍କୃତି ର ପୁନରୁତଥାନ ହେଉ ନ ଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ହେବ ଜିଲ୍ଲାସ୍ତର ହେଉ କି ବ୍ଲକ ସ୍ତର ହେଉ କୌଣସି କମିଟିର ଅଦଳ ବଦଳ ହୋଇନ ଥିବା କିମ୍ବା ନୂଆ ସଭ୍ୟଙ୍କୁ ସାମିଲ କରାଯାଇ ନ ଥିବା କୁହା ଯାଉଛି। କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟର ବିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲୋକେ ଅନୁଭବ କରୁଥିବା ଜଳ ଜଳ କରି ସୋସିଆଲ ମିଡ଼ିଆରେ ଦେଖାଯାଉଛି।

ପଂଚାୟତ ସ୍ତର ଠାରୁ ବ୍ଲକ ସ୍ତର ସବୁଠି ସେହି ଏକା ଅବସ୍ଥା ଦେଖାଯାଉଛି। ଜିଲ୍ଲା ସ୍ତରର ମହୋତ୍ସବ ଭବାନୀପାଟଣା ଓ ଧର୍ମଗଡ ଠାରେ ପାଳନ କରାଯାଉଥିବା ବେଳେ କେବଳ ଜୁନାଗଡ ଠାରେ ବ୍ଲକ ଓ ଏନ ଏ ସି ସ୍ତର ମହୋତ୍ସବ ଏକାଠି ପାଳନ କରାଯାଉଛି, ଯାହା ଫଳରେ ସେଠାରେ କେବଳ ସହରାଞ୍ଚଳ ବ୍ୟକ୍ତି ବିଶେଷଙ୍କ କବଜାରେ ସେହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଉ ନାହିଁ।

ଅନ୍ୟ ପକ୍ଷରେ କେଶିଙ୍ଗା ଠାରେ ସହରାଞ୍ଚଳ ସ୍ତରୀୟ ଉତ୍ସବ ସହିତ ବ୍ଲକ ସ୍ତର ରେ ସ୍ଵତନ୍ତ୍ର ଭାବେ ଗ୍ରାମାଞ୍ଚଳରେ କ୍ରମାନ୍ଵୟରେ ପାଳନ କରାଯାଉଥିବା ଦେଖାଯାଉଛି। ସେହିପରି ଧର୍ମଗଡ ଓ ଭବାନୀପାଟଣା ଠାରେ ସହରାଞ୍ଚଳ ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଭାବେ ସ୍ଵତନ୍ତ୍ର ଉତ୍ସବ ପାଳନ କରାଯାଉ ଥିବା ଦେଖା ଯାଉଛି, ଯାହା ଦ୍ବାରା ପ୍ରତ୍ୟେକ ସ୍ତରର ଲୋକେ ସେହି ଉତ୍ସବ ପାଳନ କରିବାର ସୁଯୋଗ ପାଇ ପାରୁଥିବା କୁହଯାଉଛି।

ବିଗତ ଦୁଇ ବର୍ଷ ବନ୍ଦ ହେବା ପରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୦୨୩ ଧୂମ ଧାମରେ ଜିଲ୍ଲାସାରା ପାଳନ କରାଯିବାକୁ ପ୍ରସାଶନ ଓ ସଂସ୍କୃତି ପରିଷଦ ନିଷ୍ପତି କରିଥିବା ବେଳେ ଗତ ୨୩ ତାରିଖ ଠାରୁ ପଂଚାୟତ ସ୍ତରରେ ଏହାର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସ୍ତରରେ ଆଗାମୀ ୧୪ ତାରିଖ ଆରମ୍ଭ ହେବାର ସ୍ଥିର କରାଯାଇଛି। ଦୁଇ ବର୍ଷ ଉତ୍ସବ ଦେଖି ପାରି ନ ଥିବା ଲୋକେ ଉତ୍ସାହିତ ହୋଇ ଥିବା ବେଳେ ଆୟୋଜନରେ ଲୋକେ ସାମିଲ ହୋଇ ପାରୁ ନଥିବା ବେଳେ ଜିଲ୍ଲାର ଲୋକ ମହୋତ୍ସବରୁ ଲୋକଙ୍କ ଅଂଶୀଦାର ଉଭେଇ ଯାଉଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ମଞ୍ଚରୁ ଆରମ୍ଭ କରି ଆୟୋଜନ ସମସ୍ତ କ୍ଷେତ୍ର ରେ ରାଜନୀତି ହେଉଥିବା ଏବଂ ମହୋତ୍ସବ ଆଳରେ ଦଳୀୟ ରାଜନୀତି ହେଉଥିବା ସୋସିଆଲ ମିଡ଼ିଆରୁ ଜଣା ପଡିଛି। ଏପରିକି ଜୁନାଗଡ ଲଙ୍କେଶ୍ଵରୀ ମଞ୍ଚରେ ଅତିଥି ମାନଙ୍କ ଆସନ ପଛ ପଟେ ଏକ ବଡ ଏଲଇଡି ସ୍କ୍ରିନ ଲଗାଯାଇ ସେଥିରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ମାନଙ୍କ ବିଜ୍ଞାପନ ପ୍ରସାରିତ କରାଯାଇଥିବା ଦେଖା ଯାଇଛି।

କଳାହାଣ୍ଡି ଲୋକ ଉତ୍ସବରୁ ଏବେ ଲୋକ ଶବ୍ଦ ଉଭେଇ ଯାଇଥିବା କୁହଯାଉଛି। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ସହରାଞ୍ଚଳ ସବୁଠି ସେହି ଏକ ଅବସ୍ଥା। ମହୋତ୍ସବ ପାଳନ ଏବଂ ପରିଚାଳନା ଉଦ୍ଦେଶ୍ୟ ମୂଳକ ଭାବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ରହିଥିବା କାରଣରୁ ସ୍ଥାନୀୟ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି, ପ୍ରତିଷ୍ଠିତ କଳାକାର, ସମାଜସେବୀ, ଆଦି ସ୍ବାଭିମାନୀ ବ୍ୟକ୍ତି ବିଶେଷ ଏହି ଉତ୍ସବରୁ ଆପଣା ଛାଏ ଦୂରେଇ ରହୁଛନ୍ତି।

ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷାବିତ, ପ୍ରତିଷ୍ଠିତ ଚାଷୀ, ସ୍ବନାମ ଧନ୍ୟ କଳାକାର, ଗବେଷକ, ସାମ୍ବାଦିକ, ଡାକ୍ତର ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି କରିବା ତ ଦୂରର କଥା ସମ୍ମାନିତ କରାଯାଉ ନାହି, ଏପରିକି ଉତ୍ସବ ପାଇଁ ନିମନ୍ତ୍ରଣ ଖଣ୍ଡେ ଦିଆଯାଉନାହିଁ। ଅନ୍ୟ ପକ୍ଷରେ କଳାହାଣ୍ଡି ଉତ୍ସବ ଲୋକଙ୍କ ମହୋତ୍ସବ, ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତିର ଉତ୍ସବ କିନ୍ତୁ ଏଠାରେ ସ୍ଥାନୀୟ ଅଞ୍ଚଳର କଳାକାରଙ୍କୁ ଲୋକ ଲୋଚନକୁ ଆଣିବା ବଦଳରେ ବିଭିନ୍ନ ଅର୍କେଷ୍ଟ୍ରା ଦଳକୁ ସାମିଲ କରାଯାଉଛି। ଯେଉଁଠାରେ ସ୍ଥାନୀୟ ଲୋକନକୁ ସାମିଲ କରାଯାଉନାହି କିମ୍ବା ସ୍ଥାନୀୟ ଲୋକ କଳାକୁ ଗୁରୁତ୍ବ ଡିଆ ଯାଉ ନ ଥିବା ବେଳେ ଏହା କିପରି ଲୋକ ଉତ୍ସବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ଅଞ୍ଚଳର ବିଭିନ୍ନ ଅର୍କେଷ୍ଟ୍ରା ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ସହିତ ସ୍ଥାନୀୟ କଳା ଓ ସଂସ୍କୃତିକୁ ଗୁରତ୍ବ ଦବକୁ ବିଭିନ୍ନ ମହଲରେ ଦାବି ହେଉଛି।

କଳାହାଣ୍ଡି ଘୁମୁରା ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.