Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କୃତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’
ଆଜିର ଖବର

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କୃତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

January 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି। ଆଜି ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଜନଜୀବନର ଅଗ୍ରଗତି ଭଳି ଏ ଜିଲ୍ଲାର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର ନିଖୁଣତା ବର୍ଷ ବର୍ଷ ଧରି ଦେଶ ଓ ବିଦେଶରେ ଆଦ୍ରୁତ ହୋଇଆସିଛି। ଆଜି ଜିଲ୍ଲାର ପ୍ରତ୍ୟେକ ମଣିଷ ନିଜ ନିଜର ଆତ୍ମସମୀକ୍ଷା କରିବା ସହିତ ଜିଲ୍ଲା ପ୍ରତି ନିଜର ଯୋଗଦାନ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି।  କଳାହାଣ୍ଡି ଉତ୍ସବ ଘୁମୁରା କେବଳ ଉତ୍ସବ ନୁହେଁ ବରଂ କଳା, ସଂସ୍କ୍ରୁତି, ଐତିହ୍ୟ ଏବଂ ପରମ୍ପରାର ମହାକୁମ୍ଭ ବୋଲି ଆଜି ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷୁଧୀ ବାଗ, ସଦର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଜିଲ୍ଲା ସଂସ୍କ୍ରୁତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଉଦଘାଟନୀ ସଭାରେ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏଇ ଅବସରରେ କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀର ସ୍ମରଣିକା ‘କଳାଝରଣ’ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର ‘ନିଶାନ୍’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।  ଏହାସହିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କ୍ରୁତୀତ୍ବ ଅର୍ଜନ କରିଥିବା ନଅଜଣ କୁନି ପ୍ରତିଭାଙ୍କ ସମେତ ଚାରିଜଣ ଘୁମୁରା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିନତମାମ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାର ତିନୋଟି ଘୁମୁରା ଦଳକୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ।  ଶୁଭେନ୍ଦୁ ମହାପାତ୍ର ଓ ନମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଘୁମୁରା, ବଜାଶାଲ, ଢେମସା, ସଖୀନାଚ, ବନାବାଡ଼ି, ମାନ୍ଦଲିଆ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ସହିତ ଆସାମର ବିହୁ, ଝାଡ଼ଖଣ୍ଡର ପାଇକିଆ, ମଧ୍ୟପ୍ରଦେଶର ବର୍ଦେଇ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ନ୍ରୁତ୍ୟ ପ୍ରଦର୍ଶିତ ହୋଇଥିଲା।

ଶେଷରେ ବିଖ୍ୟାତ ହାସ୍ୟ ଅଭିନେତା ପ୍ରଜ୍ଞାନ ଓଝା ଏବଂ ସାଥୀଙ୍କ ହାସ୍ୟ ଅଭିନୟକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ। ପ୍ରଥମ ଦିନରେ ୩୫୫ରୁ ଅଧିକ ଷ୍ଟଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କଳାହାଣ୍ଡି ପୁଲିସ ପକ୍ଷରୁ ସାତ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ଅଗ୍ନିଶମ ବିଭାଗ, ଏନସିସି କ୍ୟାଡ଼େଟ୍ ଓ ସ୍ବେଚ୍ଛାସେବୀମାନେ ଶାନ୍ତିଶ୍ରୁଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ। ସାମ୍ୱାଦିକ ସମ୍ମିଳନୀ ରେ ବହୁ ଅତିଥି ଆସିବାର କୁହାଯାଇଥିଲେ ହେଁ ଅନେକେ ଆସିନଥିବା ଏବଂ ପ୍ରତ୍ୟେକ କମିଟିରେ ସେହି ପୁରୁଣା ସଭ୍ୟ ହିଁ ଦାୟିତ୍ୱ ରେ ରହୁଥିବା ବେଳେ ନୂଆ ତଥା ପ୍ରତିଭାବାନ ବ୍ୟକ୍ତିଙ୍କୁ ସାମିଲ କରାଯାଇ ପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଶେଷ କରି ଗ୍ରାମାଞ୍ଚଳ ରେ ଥିବା କଳାକାର ଓ ପ୍ରତିଭାଧର ମାନେ ଆଜି ୨୫ ବର୍ଷ ବିତି ଥିଲେ ମଧ୍ଯ ଅବହେଳିତ ହୋଇ ରହିଥିବା ଜିଲ୍ଲା ସାରା ଚର୍ଚ୍ଚା ହେବାରେ ଲାଗିଛି।

ଘୁମୁରା
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.