ଗଂଜାମ ରାମଚଣ୍ଡୀ ମନ୍ଦିରରେ ପ୍ରତିଷ୍ଠା ଓ ଯଜ୍ଞୋତ୍ସବ: କଳସ ଯାତ୍ରାରେ ଯୋଗ ଦେଲେ ଏକ ହଜାର ମହିଳା

Published: Feb 8, 2023, 11:57 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ନିକଟସ୍ଥ ଗଂଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ପଞ୍ଚାୟତର କରପଡା ଗ୍ରାମ ତଥା ପୁଣ୍ୟତୋୟା ରୁଷିକୁଲୟା ନଦୀ ତଟ ଧଡାହଡା ପାହାଡ଼ ଉପରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମାଁ ରାମଚଣ୍ଡୀ ଠାକୁରାଣୀଙ୍କ ବହୁ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ନୂତନ ମନ୍ଦିର, ପ୍ରାସାଦ, ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଗତକାଲି ମଙ୍ଗଳବାର ପୁର୍ବାହ୍ନରେ ଏକ ହଜାର ମହିଳାଙ୍କ ଦ୍ଵାରା କଳସ ଯାତ୍ରା ସହିତ ପ୍ରତିଷ୍ଠା ନୀତି ନିୟମ ଅନୁଯାୟୀ କାର୍ଯକ୍ରମ ଆରମ୍ଭ ହୋଇଛି।

ଆଜିଠାରୁ ନାମଯଜ୍ଞ, ଘ୍ରୁତଯଜ୍ଞ, ଅନ୍ନଯଜ୍ଞ ଓ ଚତୂଃବେଦ ନୀତି କାର୍ଯକ୍ରମ ଆରମ୍ଭ ହୋଇଛି ଓ ମନ୍ଦିର କମିଟି, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି।

Related posts