Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଜେଇ ହେଲାଣି ମେଳଣ ପଡ଼ିଆ, ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ବାଣପୁର ପଞ୍ଚୁଦୋଳ
ଆଜିର ଖବର

ସଜେଇ ହେଲାଣି ମେଳଣ ପଡ଼ିଆ, ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ବାଣପୁର ପଞ୍ଚୁଦୋଳ

March 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ରାତି ପାହିଲେ ବାଣପୁର ପଞ୍ଚୁଦୋଳ। ମହାମାରୀ କରୋନା ଦୁଇ ବର୍ଷ ଧରି ଛଡେଇ ନେଇଥିଲା ସବୁ ଆନନ୍ଦ ଉଲ୍ଲାସ। ଘରେ ରହି ହୃଦୟ ନେତ୍ରରେ ଶ୍ରଦ୍ଧାଳୁମାନେ ଅନୁଭବ କରୁଥିଲେ ଐତିହାସିକ ପଞ୍ଚୁଦୋଳଯାତ୍ରା। ଖାଁ ଖାଁ ଲାଗୁଥିଲା ପଡ଼ିଆ। ଭକ୍ତଙ୍କୁ ନଦେଖି ଦେବା ଦେବୀଙ୍କ ମନରେ ମଧ୍ୟ ଥିଲା ଅନେକ ଦୁଃଖ।

ଆଜି କିନ୍ତୁ ତାଙ୍କରି ଇଚ୍ଛାରେ ସବୁ ପରିବର୍ତ୍ତନ ହୋଇଛି। ମହାମାରୀ କରୋନା ଯାଇଛି। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ।

କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ।ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି।

ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି। ମନ୍ଦିରମାନଙ୍କରେ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି।

ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେଓ। ଜଗତଜନନୀ ମା’ଭଗବତୀ ଙ୍କୁଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ। ଅଗଣିତ ଭକ୍ତଙ୍କ ଠେଲା ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ।। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ।

ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେବ ଅଶେଷ ଆନନ୍ଦ।

ବାଣପୁର ପଞ୍ଚୁଦୋଳ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.