Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆଦିଲ୍ଲୀରେ ଆରମ୍ଭ ହେବ ‘ଓଡ଼ିଶା ପର୍ବ-୨୦୨୩’, ଜାଣନ୍ତୁ ଏଥିରେ କଣ ହେବ
ବିଶେଷ ଖବର

ନୂଆଦିଲ୍ଲୀରେ ଆରମ୍ଭ ହେବ ‘ଓଡ଼ିଶା ପର୍ବ-୨୦୨୩’, ଜାଣନ୍ତୁ ଏଥିରେ କଣ ହେବ

March 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
OdishaParba
ନୂଆଦିଲ୍ଲୀରେ ଆରମ୍ଭ ହେବ 'ଓଡ଼ିଶା ପର୍ବ-୨୦୨୩', ଜାଣନ୍ତୁ ଏଥିରେ କଣ ହେବ

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀର ବେଜୋଡ୍ ନମୁନା। ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’, ଯାହା ହେଉଛି ପରିଚୟ ଓଡ଼ିଆ ଅସ୍ମିତାର, ଗାଥା ଗାଏ ଯିଏ ଓଡ଼ିଆ ସ୍ୱାଭିମାନ, ଗୌରବପୂର୍ଣ୍ଣ ଐତିହ୍ୟ ଓ ଉଜ୍ଜ୍ୱଳ ପରମ୍ପରାର।

କରୋନା ମହାମାରୀର ଦୁର୍ଦ୍ଦିନକୁ ପଶ୍ଚାତ୍‌ପଦ କରି ଏକ ନୂତନ ଦିଶାଭିମୁଖୀ ମାନବସମାଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ନା କେବଳ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି କରିବ ତାହା ବ୍ୟତୀତ ସେମାନଙ୍କ ମାନସପଟଳରେ ଏହା ଆଙ୍କିଦେବ ଉତ୍କଳୀୟତାର ଏକ ଅପୂର୍ବ ଅଲିଭା ପଟ୍ଟଚିତ୍ର। ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ ହୋଇଥିଲା।

ଚଳିତ ବର୍ଷ ମାର୍ଚ୍ଚ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ଉତ୍ସବ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଅଣଲାଭକାରୀ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ “ଓଡ଼ିଆ ସମାଜ, ନୂଆଦିଲ୍ଲୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅତୁଳନୀୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଅଦ୍ଭୁତପୂର୍ବ ସଙ୍ଗମର ପୁନଃ ପ୍ରଦର୍ଶନ କରିବ ଦିଲ୍ଲୀବାସୀଙ୍କ ସମ୍ମୁଖରେ।

୨୪ ତାରିଖ ସନ୍ଧ୍ୟାରେ ଦେଶ ବିଦେଶରୁ ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଓଡ଼ିଆ ବୁଦ୍ଧିଜୀବୀ ତଥା ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବାକୁ ଯାଉଛି ଚହଳ ସୃଷ୍ଟିକାରୀ ନାଟକ “ଆହେ ନୀଳଶୈଳ’। ଏହି ଅଦ୍ଭୁତ ନାଟକରେ ନାଏକ ନାଜିମ୍‌ର ଲୋଲୁପଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କ ନିରନ୍ତର ପ୍ରୟାସ ଓ ଏହି ସମୟରେ ସେ ଭୋଗ କରିଥିବା ନାନା ବାଧାବିଘ୍ନକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି।

ଦ୍ୱିତୀୟଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା “ଚିତ୍ରଭିତାନମ’ ପରିବେଷଣ କରାଯିବ। ତତ୍‌ପଶ୍ଚାତ “ଆଦି ବାଦ୍ୟ’ଙ୍କ ଲୋକବାଦ୍ୟ ଏବଂ ଗୌରବମୟ ଆଦିବାସୀ ନୃତ୍ୟ “ସ୍ୱରମୂର୍ଚ୍ଛନା’ ମଞ୍ଚକୁ କରିବ ମହିମାମଣ୍ଡିତ। ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶ୍ରୀ ଶାଶ୍ୱତ ଯୋଶୀଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ୱନି ଓ ପ୍ରକୃତ ଓଡ଼ିଶା ଆଧାରିତ “ତିକ୍‌ତା କିତା’ ପ୍ରଦର୍ଶନ କରିବେ ଏବଂ ସର୍ବଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତର ତାଳରେ ଝୁମିବେ ଦିଲ୍ଲୀବାସୀ।

ଉଦ୍‌ଯାପନୀ ଉତ୍ସବରେ ସର୍ବପ୍ରଥମେ ଗୁରୁ ଶାଶ୍ୱତ ଯୋଶୀ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ “ଚିରନମସ୍ୟ ପରଂବ୍ରହ୍ମ’ ମଞ୍ଚସ୍ଥ ହେବ। ପରେ ପଶ୍ଚିମଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ “ଆଦିଧୂନ୍‌’ର ସଞ୍ଚାଳକ ଶ୍ରୀ ରବି ରତନ ସାହୁ ଓ ଗ୍ରୁପ୍‌ଙ୍କ ଦ୍ୱାରା “ମହାନଦୀ- ଓଡ଼ିଶା ଓ ସଂସ୍କୃତି’ ଏବଂ ଗୁରୁ ଅନିରୁଦ୍ଧଙ୍କ ଦ୍ୱାରା ପ୍ରସ୍ତୁତ ଛଉ ଓ ପାଇକ ନୃତ୍ୟର ଏକ ଅପୂର୍ବ ସଂଯୋଜନା “ଅନନ୍ୟ ଓଡ଼ିଶା’ ପରିବେଷିତ ହେବ। ଯୁବତାରକା ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତ ଏବଂ ସନ୍ଦୀପ ମହାନ୍ତିଙ୍କ ତାଳବାଦ୍ୟ ଅନ୍ତିମ ସନ୍ଧ୍ୟାରେ ଶୋଭାକୁ ସହସ୍ର ଗୁଣିତ କରିବ।

ଏତଦ୍‌ବ୍ୟତୀତ ମଞ୍ଚ ତଳେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରତି ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ। ଏଥିରେ ଗଞ୍ଜାମ ଜିଲ୍ଲାର ଯୋଡ଼ିଶଙ୍ଖ, ଦଣ୍ଡ, ପଶୁମୁଖା ନୃତ୍ୟ ଓ ରଣପା, ଆଦିବାସୀ ବହୁଳ ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ୍ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ଓ ପାଇକ ନାଚ ଆଦି ପ୍ରଦର୍ଶନ କରାଯିବ।

ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ୱାଦିଷ୍ଟ ବ୍ୟଞ୍ଜନ, ମିଷ୍ଠାନ୍ନ, ପଥପ୍ରାନ୍ତ ଖାଦ୍ୟ ଏକତ୍ର ଏକସ୍ଥାନରେ ପରଷାଯିବ। ଏହା ଓଡ଼ିଶା ପର୍ବକୁ ଆସିଥିବା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଖାଦ୍ୟପ୍ରେମୀଙ୍କୁ ନିଆରା ଓ ଖାଣ୍ଟି ଓଡ଼ିଆ ସ୍ୱାଦ ପ୍ରଦାନ କରିବ।

ଓଡିଆ ସମାଜ ଓଡ଼ିଶା ପର୍ବ ଓଡ଼ିଶା ପର୍ବ-୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.