Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ଧୁମଧାମରେ ପାଳିତ ହେଲା ରାମ ନବମୀ ମହୋତ୍ସବ: ରାମଧ୍ୱନିରେ ପ୍ରକମ୍ପିତ ହେଲା ବଡଦାଣ୍ଡ
ଆଞ୍ଚଳିକ

ରଣପୁରରେ ଧୁମଧାମରେ ପାଳିତ ହେଲା ରାମ ନବମୀ ମହୋତ୍ସବ: ରାମଧ୍ୱନିରେ ପ୍ରକମ୍ପିତ ହେଲା ବଡଦାଣ୍ଡ

March 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଛଳ ହୋଇଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ରଣପୁରରେ ପ୍ରଥମ ଥର ପାଇଁ ଏଭଳି ଏକ ରାମନବମୀ ପାଳନ କରାଯାଇଛି। ରଣପୁର ରାମନବମୀ ମହୋତ୍ସବ କମିଟି ତରଫରୁ ଦୀର୍ଘଦିନ ଧରି ରାମନବମୀ କୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଚଳାଇଥିଲା। ଯାହାଫଳରେ କିଛି ଦିନ ଧରି ରଣପୁର ବଜାର ଓବଡଦାଣ୍ଡ ଗୋରୁଆ ହନୁମାନ ପତକାରେ ଆଛାଦିତ ହୋଇଯାଇଥିଲା।

ଗତକାଲି ଅପରାହ୍ନରେ ପ୍ରଥମେ ରଣପୁର ରାଜା ଦିଲ୍ଲିପଚନ୍ଦ୍ର ସଂହ ଦେଓ ଏକ ଶୋଭାଯାତ୍ରା ରେ ଆସି ଜଗନ୍ନାଥ ଙ୍କୁ ଦର୍ଶନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ପଚୁଂଦୋଳ ପଡିଆରେ ଥିବା ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସଂହ ଦେଓ ଯୋଗ ଦେଇଥିଲେ। ସେଠାରେ ହଜାର ହଜାର ରାମ ଭକ୍ତ ମାନେ ରାମ ଧ୍ୱନୀରେ କମ୍ପମାନ କରିଥିଲେ। ଦୀର୍ଘ ସମୟ ଧରି ପୂଜା ପାଠ ପରେ ଏକ ବିଶାଳ ଶୋଭାଯାତ୍ରା ସହ ବାଜା,ବାଣ ରୋଷଣୀ ସହ ରଣପୁର ପରିକ୍ରମା କରିଥିଲା। ରାମଧ୍ୱନିରେ ରଣପୁର ବଡଦାଣ୍ଡ କମ୍ପିଥିଲା। ଏଥିରେ ଏକ ଦଶ ପୁଂଟର ରାମ ମୂର୍ତ୍ତି ଓ ହନୁମାନଙ୍କ ମୂର୍ତ୍ତି ସାମିଲ ହୋଇଥିଲା। ଢୋଲ,  ଘଂଟ, ମାଦଳ ଓ ରାମ ଧ୍ୱନିରେ ରଣପୁରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଏଥିରେ ମୁଖ୍ୟତଃ ପାରମ୍ପରିକ ନୃତ୍ୟ ଓଡିଶୀ, ଘୋଡା ନାଚ, ହାତୀ ସିଂହ ଲଢେଇ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥିଲା। ମଚଂ ଉପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଓଡଶୀ ନୃତ୍ୟ ପରିବେଶଣ ବେଶ ଆକର୍ଷଣୀୟ ହୋଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜରା ରାମ ଭକ୍ତ ସାମିଲ ହୋଇ ଏହି ମାହୋଲକୁ ଆନନ୍ଦର ସହ ଉପଭୋଗ କରିଥିଲେ।

ଶୋଭାଯାତ୍ରାଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂବା ପରେ ଶ୍ରୀରାମଙ୍କର ଆଳତୀ କରାଯାଇଥିଲା। ହଜାର ହଜାର ରାମ ଭକ୍ତ ହାତ ରେ ପତକା ଧରି ବେକ ଓ ମସ୍ତକରେ ରେ ଉତରୀୟ ପରିଧାନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ରାମଚନ୍ଦ୍ରଙ୍କ ଭଜନରେ ଯୁବକ ମାନେ ଗୀତ ର ତାଳେ ତାଳେ ଝୁମି ଥିବା ଦେଖିବାକୁ ମିଳିଥିଲା।

ଆଜି ରାମନବମୀ ଉପଲକ୍ଷ ରଣପୁର ସମସ୍ତ ମଠ ଓ ମନ୍ଦିରରେ ଧୁମଧାମରେ ପାଳନ ହେଇଥିବା ସାଙ୍ଗକୁ ରାମନବମୀ ମହୋତ୍ସବ ଭଳି ଏକ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଉଚ୍ଚାୟତ କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୫ ଘଂଟା ର ଶୋଭାଯାତ୍ରା ପରେ ରାମ ଭକ୍ତ ମାନେ ରଣପୁର ଅଧୀଷ୍ଠାତି ଦେବୀ ମା ମଣିନାଗଙ୍କ ନିକଟରେ ପହଚିଂଥିଲା।

ଏହି ଶୋଭାଯାତ୍ରା ରଣପୁର ପରିକ୍ରମା କରିବା ବେଲେ ପ୍ରତି ଛକ ମାନଙ୍କରେ ଶହଶହ ର୍ସଧାଳୁ ମାନେଭିଡ ଜମାଇ ଥିବା ଦେଖିବାକୁ ମିଳିଥିଲା। ପ୍ରତି ଛକ ମାନଙ୍କରେ ଦହି ପଣା ଓ ଛେନା ପଣା ବ୍ୟବସ୍ଥା କରାଯାଇଥିଲା।

ଶେଷରେ ମଣିନାଗ ପୀଠରେ ରାମ ଭକ୍ତ ମାନେ ପ୍ରଶାଦ ସେବନ କରିଥିଲେ। ରାମ ନବମୀ ମହୋତ୍ସବ କମିଟିର ସଭ୍ୟମାନେ ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ସଫଳ ରୁପାୟନ କରିଥିଲେ।

ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ତରଫରୁ ଦୁଇ ଦିନିଆ ସାହିତ୍ୟ ପର୍ବ ଉଦଯାପିତ

February 15, 2026
Latest News

କିଛି ଘଣ୍ଟା ପରେ ଇସ୍ତଫା ପ୍ରତ୍ୟାହାର କଲେ ଆସାମ କଂଗ୍ରେସର ପୂର୍ବତନ ସଭାପତି: କାହିଁକି ବଦଳାଇଲେ ନିଷ୍ପତ୍ତି?

February 16, 2026

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

February 16, 2026

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.