Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ
ବିଶେଷ ଖବର

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ

April 2, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
FolkDance
ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି।

ଆଜିର ପ୍ରଥମ ଦିବସ ଲୋକ ଉତ୍ସବ  କାର୍ଯ୍ୟକ୍ରମରେ ବଲାଙ୍ଗୀରର ଘୁଙ୍ଗୁର କଳା ନିକେତନ ତରଫରୁ  କୁଠି ଡାଲଖାଇ, ଢେଙ୍କାନାଳର  ଅଷ୍ଟଶମ୍ଭୁ ଘଣ୍ଟବାଦ୍ୟ ,କୁଆଲ ଅନୁଷ୍ଠାନ ତରଫରୁ ଘଣ୍ଟବାଦ୍ୟ, ଝାରସୁଗୁଡା ରାଇଁଝାଇ ଲୋକନାଚ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ(ମାଏଲାଜଡ), କେନ୍ଦୁଝର ବୀଣାପାଣି କଳା ନିକେତନ ତରଫରୁ ପଲ୍ଲୀନୃତ୍ୟ, ଭଦ୍ରକ ମଦନମୋହନ ଜୀଉ ତରଫରୁ ଢୋଲକ ବାଦ୍ୟ, କଟକ ପଟୁଆର ସଂକୀର୍ତ୍ତନ ପରିବେଷଣ ହୋଇଥିଲା।

ସେହିପରି ଜଗତସିଂହପୁର ମା ବାସେଳୀ ଘୋଡାନାଚ, ଗଞ୍ଜାମ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ପଶୁନୃତ୍ୟ , କନ୍ଧମାଳ ଢାକୁଳଜୁଇ ନୃତ୍ୟ ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ, ନୂଆପଡା ମା ଦୁଆରସାନୀ ବଜାସାଲ ଅନୁଷ୍ଠାନ ତରଫରୁ ବଜାସାଲ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ  ଚିତ୍ତାକର୍ଷକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଆଜି ଅପରାହ୍ଣରେ  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ, ଘୋଡାନାଚ, ସମ୍ବଲପୁରୀ, ଲଉଡିଖେଳ, କଣ୍ଢେଇ ନୃତ୍ୟ(ରାଜା ରାଣୀ), ରାମ ସୀତା ଆଦି ପାରମ୍ପରିକ ନୃତ୍ୟର ତାଳେ ତାଳେ ରାମ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଉତ୍କଳ ମଣ୍ଡପ ନିକଟକୁ ଆସିଥିଲେ। ଏହି ଶୋଭାଯାତ୍ରାକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ,ଆମ ରାଜ୍ୟର କଳା, ସଂସ୍କୃତି ଓ ସ୍ଥାପତ୍ୟ ବିଶ୍ୱ ବିଦିତ।

ମହୋତ୍ସବକୁ ଉଦଘାଟନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ଉତ୍କୃଷ୍ଟ କଳା ପାଇଁ ଓଡିଶାର ନାମ ଥିଲା ଉତ୍କଳ। ଓଡିଶାର ଲୋକ କଳା, ଲୋକ ସଂଗୀତ ର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ପ୍ରୟାସ ଜାରି ରଖିଛି।

ଲୋକ କଳା, ଲୋକ ସଂଗୀତ ମାଧ୍ୟମରେ ସମଗ୍ର ଓଡିଆ ଜାତିକୁ ଏକତ୍ରିତ କରିବା, ଆମର ମନ୍ଦିରମାଳିନୀ ଭୁବନେଶ୍ୱର ସହ ରାଜ୍ୟର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ଓ  ସମୃଦ୍ଧଶାଳୀ କରିବା ସମସ୍ତଙ୍କର ପ୍ରୟାସ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଓଡିଶା ମାଟି କଳାର ମାଟି। ଆମେ ସମସ୍ତେ କଳାକୁ ଭଲ ପାଉ। ସମସ୍ତଙ୍କ ମଧ୍ୟରେ କଳାକୁ ଭଲ ପାଇବା ରହିଛି। ଓଡିଶାର ଚାରୁ କଳା ,କାରୁକଳା, ବାଲୁକା ଶିଳ୍ପ, ନୃତ୍ୟ , ସଂଗୀତ ଏବଂ ଓଡିଆ ଜାତିର ଅସ୍ମିତାକୁ ଦେଶ ବିଦେଶରେ ପରିଚିତ କରାଇବା ସମସ୍ତଙ୍କର ଦାୟିତ୍ୱ ରହିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ଲୋକ କଳାର ପୁନରୁଦ୍ଧାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଆଦିବାସୀ ଓ ଲୋକ ସଂଗୀତ ଗବେଷକ ତଥା ବିଭିନ୍ନ ପୁରସ୍କାରରେ ସମ୍ମାନିତ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଯୋଗଦେଇ କରୋନା ସଂକ୍ରମଣ କଟକଣା ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଆୟୋଜିତ ହୋଇପାରିନଥିବା ଏହି ଲୋକ ମହୋତ୍ସବ ପୁଣି ଆରମ୍ଭ ହୋଇଥିବା ଓ ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବରେ ୩୦ ଜିଲ୍ଲାରୁ ୩୦୦ କଳାକାର ଯୋଗଦେଉଥିବା ସୂଚନା ଦେଇଥିଲେ।

ଉଦଘାଟନୀ ସଂଧ୍ୟାକୁ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତି ବିଭାଗ  ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଶୋଭାଯାତ୍ରା ସଫଳ କରିବା ସହିତ ଉତ୍ସବକୁ ସଫଳ କରିବାରେ ସହାୟତା ପ୍ରଦାନ କରିଥିଲେ।

FolkDance ଲୋକନୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026
Latest News

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.