Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସବୁ ସ୍ତରର ବ୍ୟକ୍ତିଙ୍କୁ ସାମିଲ କରି ସାର୍ବଜନୀନ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରାଯିବାକୁ ଦାବି
ଆଜିର ଖବର

ସବୁ ସ୍ତରର ବ୍ୟକ୍ତିଙ୍କୁ ସାମିଲ କରି ସାର୍ବଜନୀନ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରାଯିବାକୁ ଦାବି

April 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଆଗାମୀ ଅପ୍ରେଲ ୨୨ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଜୁନାଗଡ ଠାରେ ପାଳନ କରାଯିବାକୁ ପ୍ରସ୍ତୁତି କରୁଥିବାର ସାଧାରଣରେ ଆଲୋଚନା ହେଉଛି। ଧର୍ମଗଡ ଉପଖଣ୍ଡର ବ୍ରାହ୍ମଣ ସମାଜକୁ ହାତ ମୁଠାରେ ରଖି ପରିଚାଳନା କରୁଥିବାର ଦାବି କରୁଥିବା ପଦବୀ ଧାରୀଙ୍କ ଇଙ୍ଗିତରେ ଭବାନିପାଟଣାସ୍ଥ କଳାହାଣ୍ଡି ବ୍ରାହ୍ମଣ ସମାଜ ର ନିର୍ଦ୍ଦେଶ କ୍ରମେ ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ଗଠନ କରାଯାଇ ସେମାନଙ୍କୁ ସୁହାଇବା ଭଳି କର୍ମକର୍ତ୍ତା ନିଯୁକ୍ତି କରି ସେମାନଙ୍କ ମାଧ୍ୟମରେ ବ୍ରାହ୍ମଣ ସମାଜ ନାମରେ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଥିବା କୁହା ଯାଉଛି। ସାମ୍ପ୍ରତିକ ସ୍ଥିତିରେ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ମଧ୍ୟ ତଥା କଥିତ ଏହି ନେତା ମାନଙ୍କ ନେତୃତ୍ବ ପ୍ରତି କାହାରି ଆସ୍ଥା ନ ଥିବା ଆଲୋଚନା ହେଉଛି।

ଦୀର୍ଘ ଦିନରୁ ବ୍ରାହ୍ମଣ ମାନେ ଏକଜୁଟ ହୋଇ ପାରୁ ନଥିବା ବେଳେ ସମସ୍ତ ପ୍ରକାର ଗୋଷ୍ଠୀଗତ ରାଜନୀତି ରୁ ବହୁ ଉର୍ଦ୍ଧ୍ବରେ ରହି ସମାଜର ସମସ୍ତ ବରଗଡ଼ ଲୋକଙ୍କୁ ସାମିଲ କରିବା ଲକ୍ଷ ନେଇ ନିଜ ନିଜ ଖର୍ଚ ରେ ପ୍ରାୟ ସମସ୍ତ ଗ୍ରାମକୁ ବୁଲି ସମାଜ ସଂଗଠନ କରିଥିବା ସଂଗଠକ ମାନଙ୍କୁ ଚକ୍ରାନ୍ତ କରି ୨୦୧୮-ମହାସଭା ହେବାର ଅଳ୍ପ ଦିନ ପୂର୍ବରୁ ଧର୍ମଗଡ ବ୍ଲକ କମିଟି ରେ କର୍ମମର୍ତ୍ତ ଥିବା ଏହି ପଦବୀ ଆଶାୟୀ ବ୍ୟକ୍ତି ମାନେ ବ୍ଲକ କମିଟି ମିଟିଂ ରେ ଉପଖଣ୍ଡ କମିଟି କୁ ଭାଙ୍ଗି ଦେଇ ସଂଗଠନ କୁ ହାଇଜାକ କରି ନେଇଥିବା ବେଳେ ଯେମିତି ହେଉ ମହାସଭା ହୋଇଯାଉ ବୋଲି ସମସ୍ତେ ନୀରବ ସମର୍ଥନ ଦେଇଥିବା ଦେଖା ଯାଇଥିଲା।

ପରବର୍ତ୍ତୀ ସମୟରେ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସ୍ତରର ବ୍ରାହ୍ମଣ ସମାଜ ଗଠନ ହେବା ସମୟରେ ସେହି ପଦବୀ ଆଶାୟୀ ମାନେ ନିଜ ହାତ ମୁଠାରେ ଧର୍ମଗଡ ଉପଖଣ୍ଡ ସମାଜ ପରିଚାଳିତ ହେଉଥିବା ଦର୍ଶାଇ ନିଜେ ନିଜେ ପଦବୀ ହାସଲ କଲେ ଏବଂ ନିଜ ପସନ୍ଦ ମୁତାବକ ଲୋକଙ୍କୁ ସାମିଲ କରିନେଲେ। ଯାହା ଫଳରେ କୋକସରା ବ୍ଲକ, ଜୟପାଟଣା ବ୍ଲକ, କେଶିଙ୍ଗା ବ୍ଲକ, ଚାରବାହାଲ ବ୍ଲକ ଆଦି ଅଞ୍ଚଳରେ ସ୍ବତନ୍ତ୍ର ବ୍ରାହ୍ମଣ ସମାଜ ଗଠନ କରି ସରକାରଙ୍କ ଠାରେ ପଞ୍ଜୀକୃତ କରିଥିବାର ଜଣାପଡିଛି।

ଏପରିକି ଧରମଗଡ ଠାରେ ସ୍ବତନ୍ତ୍ର ଭାବେ ପର୍ଶୁରାମ ସେନା ଗଠନ କରାଯାଇ ବିଭୀନ୍ନ କାର୍ଯ୍ୟକ୍ରମ କରୁଥିବାର ଦେଖା ଯାଉଛି। ଦୁଇ ବର୍ଷ ପାଇଁ କଳାହାଣ୍ଡି ବ୍ରାହ୍ମଣ ସମାଜ ଗଠନ କରାଯାଇ ଥିବା କୁହା ଯାଉଥିବା ବେଳେ ଅଦ୍ୟାବଧି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାର କୁ ସାମିଲ କରାଯାଇ ନଥିବା ରୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅତୀତରେ ଉପଖଣ୍ଡ କମିଟିକୁ ଉଦ୍ଦେଶ୍ୟ ମୂଳକ ଭାବେ ହାଇଯାକ କରିଥିବା ସେହି ପଦବୀ ଆଶାୟୀ ବ୍ୟକ୍ତି ବିଶେଷ ମାନେ ୨୦୧୮- ମହାସଭା ର ଆୟ ବ୍ୟୟ ହିସାବ ଅଦ୍ୟାବଧି ସାର୍ବଜନୀନ କାରଣ ଥିବା ବେଳେ ସେମାନେ ପଦବୀ ଜାବୋଡି ଧରି ଏବେ ନୀରବ ରହୁ ଥିବା ଦେଖା ଯାଉଛି। ବର୍ତ୍ତମାନ ସେମାନଙ୍କ ଇଙ୍ଗିତରେ ସେମାନଙ୍କ ଦ୍ବାରା ନିଯୁକ୍ତ କର୍ମକର୍ତ୍ତା ମାନଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରି ପଦବୀ ସୁରକ୍ଷିତ ପାଇଁ ପ୍ରୟାସ କରୁଥିବାର ଆଲୋଚନା ହେଉଛି। ଗତ ବର୍ଷ ଜୁନାଗଡ ଠାରେ ଶର୍ମା ବ୍ରାହ୍ମଣ ମାନେ ଆକର୍ଷଣୀୟ ଭାବେ ପର୍ଶୁରାମ ଜୟନ୍ତୀ ପାଳନ କରିଥିବା ବେଳେ ସେମାନଙ୍କୁ କାବୁ କରି ନିଜ କବଜାରେ ରଖିବାର ଯୋଜନା କରି ବ୍ରାହ୍ମଣ ସମାଜ ତରଫରୁ ପ୍ରଥମ କରି ଏବର୍ଷ ଜୁନାଗଡ ଠାରେ ପର୍ଶୁରାମ ଜୟନ୍ତୀ ପାଳନ କରିବାର ଯୋଜନା କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ତରଫରୁ ନିଯୁକ୍ତ ବ୍ଲକ ସଭାପତି ଓ ସମ୍ପାଦକ ନିଜକୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ବେଳେ ସ୍ପଷ୍ଟ ଭାବେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ବାଦ ଦେବାକୁ ସିଧା ସଳଖ ପ୍ରକାଶ କରୁଥିବା ଆଲୋଚନା ହେଉଛି। ବ୍ରାହ୍ମଣ ସମାଜ କାହାର ପୈତୃକ ସମ୍ପତି ନୁହେ କି କାହାର ଜମିଦାରୀ ନୁହେ, କେତେ ଜଣ ଚାହିଲେ ଏକ ସଙ୍ଗଠନ ହେଲା ଭଳି ସଂଖ୍ୟା କୁ ଆଧାର କରା ନ ଯାଇ ଅନେକ ବ୍ରାହ୍ମଣ ସଂଗଠନ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ଏହି ସଂଗଠନ ହୁଏତ ରାଜ ନୈତିକ ଉଦ୍ଦେଶ୍ୟ ରେ ଗଠିତ ହୋଇଥାଇପାରେ ତେଣୁ ସେମାନଙ୍କୁ ଶୁହାଇବା ଭଳି ଲୋକଙ୍କୁ ସାମିଲ କରୁଥିବା ଆଲୋଚନା ହେଉଛି। ଯଦିଓ ସଂଗଠନ କରୁଛ ତେବେ ସମସ୍ତଙ୍କୁ ସାମିଲ କରି ସାମୁହିକ ଭାବରେ ସଂଗଠନ କରାଯାଉ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି। ସମସ୍ତ ଙ୍କୁ ସାଙ୍ଗରେ ଧରି ସମାଜ କୁ ଆଗେଇ ନେବା ହିଁ ବ୍ରାହ୍ମଣର ଧର୍ମ ହେବା ଉଚିତ କିନ୍ତୁ ଏହି ସଂକୀର୍ଣ୍ଣ ମନୋଭାବ ଧରି ମାନେ ସମାଜ କୁ ବ୍ୟକ୍ତିଗତ ସମ୍ପତି ଭାବି ଖଣ୍ଡା ବିଖଣ୍ଡିତ କରିବାର ପରୋକ୍ଷ ରେ ଯୋଜନା କରୁଛନ୍ତି ବୋଲି ବୁଦ୍ଧି ଜୀବି ମହଲରେ ଆଲୋଚନା ହେଉଛି।

କଳାହାଣ୍ଡି ଜୁନାଗଡ ବ୍ରାହ୍ମଣ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026
Latest News

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026

ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ନୀତିଶ କୁମାର: ଏବେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ କି ଇସ୍ତଫା?

April 10, 2026

KKRକୁ ପରାସ୍ତ କରିବା ପରେ LSG ର ବଡ଼ ଲମ୍ଫ: ପଢନ୍ତୁ IPL ପଏଣ୍ଟ ଟେବୁଲର ସ୍ଥିତି

April 10, 2026

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.