Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଗୁଣ୍ଡିଚା ଯାତ୍ରା: ମହାପ୍ରଭୁଙ୍କ ଅପେକ୍ଷାରେ ରଥ
ଆଜିର ଖବର

ଆଜି ଗୁଣ୍ଡିଚା ଯାତ୍ରା: ମହାପ୍ରଭୁଙ୍କ ଅପେକ୍ଷାରେ ରଥ

July 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାଥ ରଥା ରୁଢ ହୋଇଯିବେ ମାଉସୀ ଘରକୁ। ସେଥିପାଇଁ ରଣପୁର ରଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ମହାପ୍ରଭୁଙ୍କ ଅପେକ୍ଷାରେ।
ଆଜି ପ୍ରଥମେ ୩ ଠାକୁରଙ୍କର ନେତ୍ର ଉତ୍ସବ କରାଯିବ ପରେ ରଥରେ ନେତ ବନ୍ଦା ଯିବା ସହ ସର୍ବସାଧାରଣ ନବ ଯୌବନ ଦର୍ଶନ କରିବେ। ରଥ ପ୍ରତିଷ୍ଠା ପରେ ଶ୍ରୀ ଜିଉମାନଙ୍କ ସେବାନୀତରି ପରେ ଧାଡି ପହଣ୍ଡିରେ ରଥା ରୁଢ ହେବେ।

ଆଜି ୩ ଠାକୁର ରଥ ରୁଢା ହେବା ପରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ ଏକ ସୁସଜ୍ଜିତ ବିମାନରେ ଆସି ରଥ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ରହିଛି। ଗୁଣ୍ଡିଚାରେ ଛେରାପହଁରା କରାଯିବାପରେ ଅପରାହ୍ନରେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହଛି।

ଅନ୍ୟ ପକ୍ଷରେ ରଥ ଯାତ୍ରା ଭିଡରେ ବେପାର କରିବାପାଇଁ ବଡ ଦାଣ୍ଡରେ ଶହଶହ ବର୍ଷ ଧରି ଗରିବ ଉଠା ଦୋକାନୀ ମାନେ ଦୋକାନ କରି କିଛି ପଇସା ରୋଜଗାର କରିବା ସହ ନିଜ ପରିବାର ପରିପୋଷଣ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ପ୍ରଶାସନ ଏହି ଉଠା ଦୋକାନୀ ମାନଙ୍କୁ ବସିବାକୁ ଅନୁମୋତି ଦେଇନଥିବାରୁ ଏହି ଉଠା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ରାଜବାଟି ପରିସରରେ ପ୍ରତି ବର୍ଷ ଭଳି ମୀନା ବଜାର ପଡିଛି।

ଓଡିଶା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀ ଭଳି ଏଠାରେ ଚତୁର୍ଦ୍ଧାମୂର୍ତ୍ତି, ବଡଦେଉଳ, ବଡ ବଡ ୩ ଟି ରଥ ନିର୍ମଣ କରାଯାଏ। ପୁରୀରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି।

ରଥଯାତ୍ରା ପାଇଁ ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରିଥିବା ଜଣାଯାଇଛି। ଶାନ୍ତି ଶୃଙ୍ଗଳା ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ତହସିଲଦାରଙ୍କ ଠାରୁ ଜଣାଯାଇଛି।

ସେହିପରି ବିଦ୍ୟୁତ ବିଭାଗ, ଅଗ୍ନି ସମ ବିଭାଗ, ସ୍ୱାସ୍ଥ ବିଭାଗ ତରଫରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।

ପବିତ୍ର ଗୁଣ୍ଡିଚା ଉପଲକ୍ଷେ ଶୃତି ସୁଧା ତରଫରୁ ଦିବ୍ୟ ଭକ୍ତି ଭଜନ ସମାରୋହ ଅନୁଷ୍ଟିତ ହେବ। ଏହି କାର୍ଯ୍ୟକ୍ରମ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପାରିଚାଳିତ ହେବ।

RathYatra2024 ଗୁଣ୍ଡିଚା ଯାତ୍ରା ଦ୍ୱିତୀୟ ଶ୍ରୀକ୍ଷେତ୍ର ମହାପ୍ରଭୁ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.