Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଘରେ ସବୁଦିନ ଖାଉଥିବା ଓଡ଼ିଆ ଖାଦ୍ୟ ହେଉଛି ଆମର ସବୁଠୁ ବଡ ବ୍ରାଣ୍ଡ ଓ ପରିଚୟ
ସଂସ୍କୃତି

ଘରେ ସବୁଦିନ ଖାଉଥିବା ଓଡ଼ିଆ ଖାଦ୍ୟ ହେଉଛି ଆମର ସବୁଠୁ ବଡ ବ୍ରାଣ୍ଡ ଓ ପରିଚୟ

December 16, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରିୟ ରଞ୍ଜନ ସାହୁ

ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ I ଅବିବାହିତ ଜୀବନ I ଖାଇବାର କିଛି ଠିକ ଠିକଣା ନଥିଲା I କେତେବେଳେ ଘରେ ରୋଷେଇ ବା କେତେବେଳେ ବାହାରେ ଖାଇବା ହେଉଥିଲା I ବେଳେବେଳ ଘର ଖାଦ୍ୟ ଖାଇବାକୁ ମନ କରୁଥିଲା I

କିନ୍ତୁ ଦିଲ୍ଲୀରେ ଓଡ଼ିଆ ଖାଦ୍ୟ  କୌଣସି ହୋଟେଲ କିମ୍ବା ରେସ୍ତୋରାଁ ରେ ମିଳୁ ନ ଥିଲା I ଓଡ଼ିଆ ଖାଦ୍ୟ ଖାଇବାକୁ ହେଲେ ଓଡିଶା ଭବନ କିମ୍ବା ଜଗନ୍ନାଥ ମନ୍ଦିର ଯିବାକୁ ପଡୁଥିଲା I

କିନ୍ତୁ ଦିଲ୍ଲୀରେ ଦକ୍ଷିଣ ଭାରତୀୟ ଖାଦ୍ୟ ସବୁଆଡେ ଉପଲବ୍ଧ ହେଉଥିଲା I ସବୁଆଡେ ସାଉଥ ଇଣ୍ଡିଆନ ରେସ୍ତୋରାଁI  କେବଳ ଦିଲ୍ଲୀ ନୁହେଁ,    ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରଭାବ ଆପଣମାନେ ଦେଶର ସବୁ ଜାଗାରେ ଦେଖିବାକୁ ପାଇବେ I ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଇତ୍ୟାଦି ସହରମାନଙ୍କରେ ଆମେ ସାଉଥ ଇଣ୍ଡିଆନ ରେସ୍ତୋରାଁ ଦେଖିବାକୁ ପାଉ I

 

ଦକ୍ଷିଣ ଭାରତୀୟ ଖାଦ୍ୟର ବିଶେଷତ୍ଵ କଣ ? ମତେ ଯଦି ପଚାରିବେ, ଦକ୍ଷିଣ ଭାରତୀୟ ଖାଦ୍ୟ ମୋର ଭାରି ପ୍ରିୟ I କାହିଁକିନା ସେ ଖାଦ୍ୟର ସରଳତା ହେଉଛି ତାହାର ସବୁଠୁ ବଡ ଆକର୍ଷଣ I ବଡା, ଦୋସା, ଇଡ଼ଲି ସାମ୍ବର ଭଳି ବ୍ୟଞ୍ଜନ ଦକ୍ଷିଣ ଭାରତୀୟ ଘରମାନଙ୍କରେ ସବୁଦିନିଆ ଆହାର ଏବଂ ଠିକ ସେହି ଜିନିଷ ଗୁଡିକ ସେମାନଙ୍କ  ରେସ୍ତୋରାଁ ମାନଙ୍କରେ ମଧ୍ୟ ଉପଲବ୍ଧ ହୋଇଥାଏ I

ଠିକ ସେହିଭଳି ଆମ ଓଡ଼ିଆ ଖାଦ୍ୟ  ମଧ୍ୟ ବହୁତ ସରଳ ଓ ସୁସ୍ୱାଦୁ I ଡାଲମା, ଘାଣ୍ଟ, ଶାଗ, ବଡିଚୂରା, ମାଛ ତରକାରୀ ପ୍ରଭୃତି ଓଡ଼ିଶାରେ ଯେମିତି ତିଆରି ହୁଏ ବୋଧହୁଏ ଭାରତର ଅନ୍ୟ କୌଣସି ଜାଗାରେ ହେଉନଥିବ I ପଶ୍ଚିମ ଓଡ଼ିଶାର ବିଶେଷ ବ୍ୟଞ୍ଜନ ଆମ୍ବିଳ ବା ଦୁଲଡୁଲା ବା ଲେଥା ଯେଉଁଟା ଗୋଟିଏ ସ୍ୱାସ୍ଥ୍ୟକର ଭେଜିଟେଵଲ ସୁପ, ମହାରାଷ୍ଟ୍ର, ଗୁଜରାଟ ବା ପଂଜାବୀ କଢି ଠାରୁ ସ୍ୱାଦ ଏବଂ ଉତ୍କର୍ଷରେ କୌଣସି ଗୁଣରେ କମ ନୁହେଁ I

ଆମର ବିଭିନ୍ନ ସହରର ଷ୍ଟ୍ରୀଟ ଫୁଡ଼ ଯଥା କଟକର ଦହିବରା ଆଳୁଦମ, ସମ୍ବଲପୁରର ସିଙ୍ଗଡ଼ା ଓ ଚାଟ, ଢେଙ୍କାନାଳର ବରା, ସୋନପୁରର ଚାଉଳବରାର ସ୍ୱାଦ ଖୁବ ନିଆରା I ମୁଁ ଓଡ଼ିଶାର ଅନନ୍ୟ ମିଷ୍ଟାନ୍ନ ଗୁଡିକର କଥା ଏଠି କହୁନାହିଁ I

କିନ୍ତୁ ଏହିସବୁ ଆକର୍ଷଣୀୟ ଓ ସୁସ୍ଵାଦୁ ଖାଦ୍ୟର ଭଣ୍ଡାର ଏଠି ଥାଇ ମଧ୍ୟ ଓଡିଶା ଖାଦ୍ୟ ବାହାରେ ଏତେ ଜଣାଶୁଣା ନୁହେଁ କାହିଁକି ? ଯଦିଓ ଓଡିଶା ଭିତରେ  ଆମେ ଅନେକ ସାଉଥ ଇଣ୍ଡିଆନ, ପଂଜାବୀ ଓ ମାରୱାଡି ବାସା ଖାଦ୍ୟ ବିଷୟରେ ଖୁବ ଅବଗତ ଅଛୁ I

ମୋର ମନେ ହୁଏ ଆମେ ଖାଦ୍ୟର ଉତ୍କର୍ଷ ବିଷୟରେ କେବେ ବାହାର ଲୋକଙ୍କୁ ଅବଗତ କରେଇବାକୁ ଚେଷ୍ଟା କରି ନାହୁଁ I ଏ କ୍ଷେତ୍ରରେ ଅନ୍ୟ ପୂର୍ବ ଭାରତୀୟ ମାନଙ୍କ ଭଳି ଆମର ଚାକିରୀ କେନ୍ଦ୍ରିକ ମାନସିକତାକୁ ମୁଁ ଦାୟୀ କରିବି I ଆମର ଉଦ୍ୟୋଗୀ ମନୋଭାବର ଅଭାବ ଯୋଗୁଁ ଆମେ ଓଡ଼ିଆ ଖାଦ୍ୟର ଠିକ ବ୍ରାଣ୍ଡିଙ୍ଗ କରିପାରିନାହୁଁ I

ଦକ୍ଷିଣ ଭାରତୀୟ ଖାଦ୍ୟର ପ୍ରସାରକୁ ଆମେ ଉଦାହରଣ ଭାବରେ ନେଇପାରିବା I ଆମେ ଉଡୁ଼ପି, କର୍ଣ୍ଣାଟକ ବ୍ରାଣ୍ଡରେ ଭୋଜନାଳୟ ସମୂହ (ଚେନ) ଦେଶର ବିଭିନ୍ନ ସ୍ଥାନରେ ଦେଖୁ, କାହିଁକି ସେହି ଅଞ୍ଚଳ  ଗୁଡିକର ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟ ବ୍ୟବସାୟ ରେ ଅଛନ୍ତି I ମୁମ୍ବାଇରେ କର୍ଣ୍ଣାଟକ ଅଞ୍ଚଳର ସେଟ୍ଟୀ ସମ୍ପ୍ରଦାୟ  ରେସ୍ତୋରାଁ ବ୍ୟବସାୟ ରେ ବହୁତ ସକ୍ରିୟ I

ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଆମେ ନିଜେ କରିପାରିବା I ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ରେସ୍ତୋରାଁ ସମୂହ ଓଡିଶା ଓ ଓଡିଶା ବାହାରେ ସୁପର ହିଟ ହେବ, ଏ ବିଷୟରେ ମୁ ନିଶ୍ଚିତ I ଏଇ  କିଛି ବର୍ଷ ମଧ୍ୟରେ ସେଭଳି ଅନେକ ଭୋଜନାଳୟ ଅବଶ୍ୟ ହେଲାଣି I

ଓଡ଼ିଶାରେ ବିଶ୍ୱକପ ହକି ସମୟରେ ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଓଡ଼ିଆ ଖାଦ୍ୟ ବିଷୟରେ ଆଗ୍ରହ ସହିତ ଚର୍ଚ୍ଚା କରୁଥିବା ଓ ସେଭଳି ଖାଦ୍ୟ ପରିବେଷଣ କରୁଥିବା ଭୋଜନାଳୟ ଖୋଜୁଥିବା ମୁଁ ଦେଖିଲି I ନିଜକୁ ଗର୍ବିତ ମନେ କଲି I

ଆମେ ମାନେ ରଖିବା ଉଚିତ ଯେ ଯେଉଁ ଖାଦ୍ୟ ଆମେ ସାଧାରଣତଃ ଘରେ ଖାଉ, ସେହି ଖାଦ୍ୟ ଆମ ଓଡିଶାର ସବୁଠୁ ବଡ ବ୍ରାଣ୍ଡ I

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026
Latest News

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.