Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 
ସଂସ୍କୃତି

ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 

November 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଭଞ୍ଜକଳା ମଣ୍ଡପ
ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 

ଭୁବନେଶ୍ୱର: ଇଲିଟ ଫାଉଣ୍ଡେସନ ଦ୍ୱାରା ସହ ବନ୍ଧିତ ହୋଇ ଏକପ୍ରେସନ୍ସ.ଭୁବନେଶ୍ୱର ରେପରେଟୋରି ପ୍ରସ୍ତୁତି ନାଟକ କିମଦନ୍ତି ପୁରୁଷ ଜୟୀ ରାଜଗୁରୁଙ୍କ ଜୀବନି ଉପରେ ଆଧାରିତ ନାଟକ ଧର୍ମ ଯୋଦ୍ଧା ଭଞ୍ଜ କଳାମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା,ଭାରତବର୍ଷ ର ଶେଷ ସ୍ବାଧୀନ ରାଜ୍ୟ ଏବଂ ଖୋର୍ଦ୍ଧା ଓଡିଶାର ଶେଷ ସ୍ବାଧୀନ ଦୁର୍ଗ । ୧୯୦୩ ମସିହାରେ ଏହିଠାରୁ ଇଂରେଜ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ଖୋର୍ଦ୍ଧା ରାଜାଙ୍କର ଅଭିଭାବକ,ଖୋର୍ଦ୍ଧା ରାଜ୍ୟର ରାଜପୁରୋହିତ,ସେନାଧ୍ଯକ୍ଷ”ଜୟୀ ରାଜଗୁରୁ”ଯାହାଙ୍କର ପୁରା ନାଁ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ଏକ ଧାର୍ମିକ ଭାବନାର ବଶବର୍ଷୀ,ଏହି କିମ୍ବଦନ୍ତୀ ପୁରୁଷ ପ୍ରକୃତରେ ଥୂଲେ ପ୍ରଭୁଜଗନ୍ନାଥଙ୍କ ପ୍ରତି ସମର୍ପିତ।

ଜଗନ୍ନାଥ ଥିଲେ ତାଙ୍କ ପାଇଁ ଏ ମାଟିର ରାଜା,ମଉଡ଼ମଣି । ସେଇ ମଉଡ଼ମଣି ଙ୍କର ଭୂମିର ସୁରକ୍ଷା ପାଇଁ ସେ ଏକ ପ୍ରକାରର ପଣ କରିଥିଲେ। ତେଣୁ ତାଙ୍କ ଭିତରେ ଯେଉଁ ଭକ୍ତି ଭାବ ଥିଲା, ଜଗନ୍ନାଥଙ୍କ ପ୍ରତି ଯେଉଁ ବିଶ୍ବାସ ଥିଲା ତାହା ହିଁ ତାଙ୍କୁ “ଧର୍ମଯୋଦ୍ଧା” ଭାବରେ ସଜେଇ ଥିଲା । ଅନେକ ନାଟକ ରଚିତ ହୋଇଛି ଜୟୀ ରାଜଗୁରୁଙ୍କୁ ନେଇ । ଯୁଦ୍ଧରୁ ଆରମ୍ଭ ଏବଂ ଯୁଦ୍ଧରେ ଶେଷ ହୋଇଛି। କିନ୍ତୁ ଆମେ ଚେଷ୍ଟା କରିଛୁ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେବଳ ସୁରକ୍ଷା ଦେବା ପାଇଁ, ଏ ଭୁଖଣ୍ଡରେ ଧର୍ମର ବିଜୟ ପତାକା କୁ ସଦାସର୍ବଦା ଉଜ୍ଜୀବିତ କରି ରଖୁବା ପାଇଁ।

ତେବେ ସେ କରିଛନ୍ତି କୂଟନୀତି ପୁଣି କେବେ ସେ ଆପଣେଇଛନ୍ତି ରଣନିତୀ । ତାଙ୍କ ଜୀବନର କିଛି ଅକୁହା ତଥ୍ୟକୁ ନେଇ, ରାଜଗୁରୁ ପ୍ରଥାର ପ୍ରଚଳନକୁ ନେଇ ନାଟକ “ଧର୍ମ ଯୋଦ୍ଧା” ନାଟକଟି ପ୍ରସ୍ତୁତି ହେଉଛି। ଓଡିଶାର ଦୁଇ ଜଣ ପ୍ରସିଦ୍ଧ ଗବେଷକଙ୍କର ଗବେଷଣାକୁ ଆଧାର କରି ସମସ୍ତ ତଥ୍ୟ, ଘଟଣାଯାହା ନାଟକ ଟିରେ ବର୍ଣ୍ଣିତ,ସେ ସବୁର ଶ୍ରେୟ ନିଶ୍ଚିତ ରୂପରେ ଯିବ-ଐତିହାସିକ ଗବେଷକ ଶ୍ରୀଯୁକ୍ତ ଜଟାଧାରୀ ମିଶ୍ର ଏବଂ ଶ୍ରୀଯୁକ୍ତ ବିଜୟ ରଥ ମହୋଦୟଙ୍କୁ ଆମେ କେବଳ ସାମାନ୍ୟ ନାଟକୀୟରୂପ ଦେବା ପାଇଁ ଚେଷ୍ଟାକରଛୁ।

ଏହି ନାଟକ ରେ ୨୦ ଜଣ କଳା କାର ବିଭିନ୍ନ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ନାଟକଟି ର ପରିକଳ୍ପନା, ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି, ଦେବାନନ୍ଦ ନାୟକ ସୋନୀ। ସନ୍ଧ୍ୟା ରେ ଅତିଥି ଭାବେ ଯୋଗ ଦେଇଥିଲେ ସଚିବ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ଦେବ ପ୍ରସାଦଦାସ, ନାଟ୍ୟା ନିର୍ଦେଶକ ମିହିରି ମେହେର ସିନେ ପ୍ରଯୋଜକ ପ୍ରଣୟ ଜେଠି, ଅଭିନେତ୍ରୀ ମେଘନା ମିଶ୍ର, ଶିକ୍ଷିକା ଅଭିଭାବକତ୍ ପ୍ରଭାବ, ସାମାଜିକ କର୍ମୀ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଇଲିଟ ଫାଉଣ୍ଡେସନ ର ଶ୍ରୀମତୀ ଜସ୍ମିନ କର ପ୍ରମୁଖ ଉପସ୍ଥିତ ଥିଲେ. ନାଟ୍ୟ ନିର୍ଦେଶକ ଦେବାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଆନି ଶତପଥୀ।

DRAMA ନାଟକ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.