Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ବିଲିଡିଂ କରିବ ନୂଆ ରେକର୍ଡ, ବିଶ୍ବ ସ୍ଥାପତ୍ୟ କଳା ପୁରସ୍କାରର ଚୂଡାନ୍ତ ତାଲିକାରେ ଭୁବନେଶ୍ବରର ‘କୃଷି ଭବନ’
ସଂସ୍କୃତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ବିଲିଡିଂ କରିବ ନୂଆ ରେକର୍ଡ, ବିଶ୍ବ ସ୍ଥାପତ୍ୟ କଳା ପୁରସ୍କାରର ଚୂଡାନ୍ତ ତାଲିକାରେ ଭୁବନେଶ୍ବରର ‘କୃଷି ଭବନ’

September 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Odisha Krushi Bhawan short listed for global award
Odisha Krushi Bhawan short listed for global award

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବରରେ ନୂତନ ଭାବେ ନିର୍ମାଣ ହୋଇଥିବା ‘କୃଷି ଭବନ’ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଭବନ ବିଶ୍ବ ସ୍ଥାପତ୍ୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଚୁଡାନ୍ତ ତାଲିକାରେ ସାମିଲ ହୋଇଛି। ବିଶ୍ବର ୭୦ ଦେଶରୁ ପ୍ରାୟ ୫ ହଜାର ସ୍ଥାପତ୍ୟକୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଥିଲା। ସେଗୁଡିକ ମଧ୍ୟରୁ ମାତ୍ର ୫୩୪ଟି ସ୍ଥାପତ୍ୟକୁ ମନୋନିତ କରି ଜୁରିମାନେ ଚୁଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକର ସ୍ଥାପତ୍ୟଗୁଡିକ ପୁରସ୍କାର ପାଇଁ ମନୋନିତ କରାଯିବ। ଆସନ୍ତା ଡିସେମ୍ବର ମାସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ବିଶ୍ବ ସ୍ଥାପତ୍ୟ ଓ ପୁରସ୍କାର ଉତ୍ସବ କମିଟି ତରଫରୁ କୁହାଯାଇଛି। ଯଦି ଓଡିଶାର କୃଷି ଭବନ ପୁରସ୍କାର ହାସଲ କରେ ତେବେ ସାରା ବିଶ୍ବରେ ଓଡିଶା ସ୍ଥାପତ୍ୟ ଜଗତରେ ପୁଣି ଥରେ ଚମକିବ।

ଭୁବନେଶ୍ବରର ବିଧାନସଭା ନିକଟସ୍ଥ କୃଷି ଭବନ ପ୍ରାୟ ୧୩୦୦୦ ବର୍ଗ ଫୁଟ ପରିମିତ ଜାଗାରେ ନିର୍ମାଣ ହୋଇଛି। ଏହି ଭବନ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତକରଣ ବିଭାଗ ଅଧିନରେ ରହିଛି। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଉଚ୍ଚ କୁଶଳୀ କାରିଗରଙ୍କ ଦ୍ବାରା ନିର୍ମିତ ଏହି କୃଷି ଭବନରେ  ପାରମ୍ପରିକ ଲୋକକଳା ତଥା ପୌରାଣିକ କାହାଣୀର ଚିତ୍ରିତ କରାଯାଇଛି । ଏକ ଅଦ୍ଭୁତପୂର୍ବ ବାସ୍ତୁଶିଳ୍ପର କଳ୍ପନାରେ ନିର୍ମିତ ଏହି ଭବନଟି ଓଡ଼ିଶା ଶିଳ୍ପୀଙ୍କ ଜୀବନ୍ତ ତଥା ସମକାଳୀନ କାହାଣୀକୁ ବର୍ଣ୍ଣନା କରୁଛି । ଏଥିରେ ଆଦିବାସୀ ହସ୍ତଶିଳ୍ପୀ କାରିଗରୀର ଝଲକ ଦେଖିବାକୁ ମିଳିଛି । ଗ୍ରାଉଣ୍ଡ ଫ୍ଲୋର୍‌ର ଚାରିପଟେ ଥିବା ସ୍ତମ୍ବଗୁଡ଼ିକରେ ଆଦିବାସୀ କାରିଗରୀରେ ଲାଇଟ୍‌ର ଏକ ପ୍ରକାରର ଫିକ୍ଚର ନିର୍ମାଣ କରାଯାଇଛି । ଯେପରିକି ଢୋକ୍ରାର ଲୋକ ନୃତ୍ୟକୁ ତଳ ମହଲାର ବିଭିନ୍ନ ସ୍ତମ୍ବରେ ଖୋଦେଇ ହେବ ସହ ତଳ ପକ୍କାଟି ବିଭିନ୍ନ ଚିତ୍ରରେ ଖୋଦିତ ହୋଇଛି । ସେହିପରି ବିଭିନ୍ନ କୃଷି ଭିତ୍ତିକ ଭାବନାକୁ ବିଭିନ୍ନ ଚିତ୍ର ଆକୃତି ରେ ବିଲଡିଙ୍ଗ ସାରା ଖୋଦେଇ କରା ଯାଇଛି। ଏଥିରେ କୃଷି କ୍ୟାଲେଣ୍ଡର ପଥରରେ ଚଟାଣରେ ଦର୍ଶାଯାଇଛି ଏଥିରେ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ କୃଷିଜାତ ଜାତର ଅମଳ ଚକ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।

ବିଲିଡିଂର ସମ୍ମୁଖଭାଗ ସମ୍ବଲପୁରୀ ଇକ୍କତ ଶାଢ଼ି ଶୈଳୀରେ ନିର୍ମିତ ହୋଇଥିବା ବେଳେ ବିଭିନ୍ନ ରଙ୍ଗର ଇଟା ଖଞ୍ଜାଯାଇଛି। ଗତିଶୀଳ ଅବସ୍ଥାରେ ଏହା ନିଶ୍ଚେ ରାସ୍ତାରେ ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିବ।  ଏଥିରେ ବ୍ୟବହୃତ ରଙ୍ଗୀନ୍‌ ଇଟାଗୁଡ଼ିକ ଭୌଗୋଳିକ ଓ ଆଞ୍ଚଳିକ ବିବିଧତାକୁ ଦର୍ଶାଯାଉଛି । ଏଥିରେ ବ୍ୟବହୃତ ହୋଇଥିବା ଇଟାଗୁଡ଼ିକ ସତେ ଯମିତି ଚର୍ମର ଦ୍ବିତୀୟସ୍ତର ପରି ପରିବେଷ୍ଟିତ ହୋଇଥିବା ପରି ଜଣାପଡୁଛି ।  ସେହିପରି ଅଟ୍ଟାଳିକା ମଧ୍ୟରେ ଚାଷୀମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ଚାଷ ସମ୍ପର୍କିତ ଜୀବନୀ ବି ବିଲ୍‌ଡିଂ କାନ୍ଥରେ ଖୋଦିତ ହୋଇଛି। ବିଶେଷକରି ମାଙ୍କଡ଼ା ପଥରରେ ବିଲ୍‌ଡିଂ କାମ ହୋଇଥିବା ବେଳେ କାରୁକାର୍ଯ୍ୟପୂର୍ଣ୍ଣ କାମ ଲାଟେରାଇଟ୍‌ ଓ ଖାଣ୍ଡେଲାଇଟ୍‌ର ପଥରରେ କରାଯାଇଛି । ସେହିପରି କୃଷି ବିଷୟବସ୍ତୁକୁ ନେଇ ଏହି ଭବନରେ ବିଭିନ୍ନ ପ୍ରକାରର କାରିଗରୀ ତଥା ଶିଳ୍ପ ଟେକ୍‌ନିକ୍‌ର ଉପଯୋଗ ହୋଇଛି । ଏପରି ଆକର୍ଷଣୀୟ ବିଲିଡିଂଟିଏ କରିବା ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ସିଧା ତତ୍ବାବଧାନରେ ଏହି ବିଲିଡିଂକୁ ନିର୍ମାଣ କରାଯାଇଛି।

ଓଡ଼ିଶାର କୃଷି ପ୍ରଣାଳୀ ତଥା ଉତ୍ପାଦନକୁ ପାରମ୍ପରିକ ପଟ୍ଟଚିତ୍ରରେ ଚିତ୍ରାୟିତ କରାଯାଇଛି ଏହି ଭବନର କାରୁକାର୍ଯ୍ୟରେ ।  କୃଷି ଭବନ ଦୃଶ୍ୟପଟକୁ ବିଭିନ୍ନ ଆଞ୍ଚଳିକ ଜିନିଷ ଏବଂ ବିଭିନ୍ନ ବର୍ଗ ର ଲୋକଙ୍କ ପାଇଁ ସଜା ଯାଇଛି ଯେମିତି ଏହା ସ୍ଥାନୀୟ ପାଣିପାଗକୁ ସୁହାଇବ । ଏହି ଭବନରେ ଥିବା ବାଲକୋନୀ ଓ ଝରକାଗୁଡ଼ିକକୁ ଏକ ଭିନ୍ନ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି। ଯେମିତିକି ଏଥିରେ କମ୍‌ ଗରମ ହେବ ଓ ବାୟୁ ଚଳାଚଳ ବେଶ୍‌ ଭଲରୂପେ ଚଳାଚଳ ହୋଇପାରିବ। ଏବଂ ବିଦ୍ୟୁତ ଦ୍ବାରା ପରିଚାଳିତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ମାତ୍ର ୨୦ ପ୍ରତିଶତ ବ୍ୟବହାର ଦ୍ବାରା ଥଣ୍ଡା ଅନୁଭୂତ ହେବ। ଏହି ଭବନକୁ ଅତିକ୍ରମ କଲାବେଳେ ଶିକ୍ଷା, ସଂସ୍କୃତିର ସମନ୍ବୟର ଝଲକ ଦେଖିବାକୁ ମିଳିବ ।

ପ୍ରାଚୀନ ଯୁଗରେ ଓଡିଶା ସ୍ଥାପତ୍ୟ ଇତିହାସରେ ରେକର୍ଡ ହାସଲ କରି ରହିଛି। କୋଣାର୍କ ମନ୍ଦିର ହେଉ କିମ୍ବା ମନ୍ଦିରମାଳିନୀ ଭୁବନେଶ୍ବର। ସ୍ଥାପତ୍ୟ ଜଗତରେ ଏ ସବୁ ମୁକ ସାକ୍ଷୀ ପରି ଅଛନ୍ତି। ହେଲେ ଅତ୍ୟାଆଧୁନିକ ଓଡିଶାରେ ସ୍ଥାପତ୍ୟକୁ ନେଇ ବିଶ୍ବରେ ଗର୍ବ କରିବାରେ ଅବକାଶ ଆସିନାହିଁ। ବର୍ତ୍ତମାନ କୃଷି ଭବନ ସେ ଅଭାବକୁ ପୁରଣ କରି ଓଡିଶାର କାରୀଗର ଓ କଳାକୁ ବିଶ୍ବ ଦରବାରରେ ପୁଣି ଥରେ ପରିଚିତ କରାଇପାରିବ ବୋଲି ଆଶା କରାଯାଉଛି।

 

NaveenPatnaik
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Latest News

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.