Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ୧୫ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ୮ କୋଟିରୁ ଅଧିକ ଟଙ୍କାର କାରବାର
ଆଜିର ଖବର

ସରିଲା ୧୫ ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ୮ କୋଟିରୁ ଅଧିକ ଟଙ୍କାର କାରବାର

February 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀମେଳା ଗତକାଲି ଶେଷ ହୋଇଛି । ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସୁରୁଖୁରୁରେ ମେଳା ଆୟୋଜନ ଲାଗି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ମେଳା ପରିସରରେ ଆୟୋଜିତ ହେଇଥିବା ଜାତୀୟ ଜନଜାତି ଖାଦ୍ୟ ମେଳା ଓ ଜନଜାତି କଳା ପ୍ରଦର୍ଶନକୁ ନେଇ ଶ୍ରୀମତୀ ଚୋପ୍ରା ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ମେଳାର କଳେବର ଯେଭଳି ଆହୁରି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ମେଳାର ଆୟୋଜକ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ଚଳିତବର୍ଷ ମେଳାର ସଫଳ ଆୟୋଜନ ଲାଗି ସମସ୍ତଙ୍କ ସହଯୋଗ ସଂକ୍ରାନ୍ତରେ ସୂଚନା ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବିଶେଷକରି କମିଶନରେଟ ପୁଲିସ୍‍, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ବେଶ୍‍ ପ୍ରଶଂସା କରିଛନ୍ତି । ଡକ୍ଟର ଓତା କହିଛନ୍ତି ଯେ ପ୍ରଥମଥର ପାଇଁ ଆଦିବାସୀ ମେଳାରେ ଆୟୋଜିତ ଜାତୀୟ ଜନଜାତି ଖାଦ୍ୟ ମେଳା ଓ କଳା ପ୍ରଦର୍ଶନକୁ ବେଶ୍‍ ସଫଳତା ମିଳିଛି । ଆଗାମୀ ବର୍ଷ ଏହି ମେଳା ଯେଭଳି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଚଳିତବର୍ଷ ମେଳାର ୧୪ଦିନ ମଧ୍ୟରେ ରେକର୍ଡ ପରିମାଣର ୮କୋଟି ଟଙ୍କାର କାରବାର ହୋଇଥିବାବେଳେ ଶେଷଦିନରେ ଏହା ଆହୁରି ବୃଦ୍ଧି ପାଇବ । ସେହିଭଳି ଚଳିତବର୍ଷର ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଯୋଗ ଦେଇଥିବା ୯ଟି ରାଜ୍ୟର କଳାକାରମାନେ ବି ୩ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଶହୀଦ ଦିବସର ରାମଧୂନ ହେଉ କିମ୍ବା ଅନ୍ୟ ଦିନ ଗୁଡିକରେ ଓଡିଶାର ଜନଜାତି କଳାକାରଙ୍କ ପ୍ରଦର୍ଶନ ହେଉ ଦର୍ଶକଙ୍କ ଭିଡ ମଞ୍ଚ ନିକଟରେ ପରିଲକ୍ଷିତ ହେଉଥିଲା । ସେହିଭଳି ଓଡିଶା ସମେତ ୧୪ଟି ରାଜ୍ୟର ଜନଜାତି ପରସି ହେଉଥିବା ପାରମ୍ପରିକ ଖାଦ୍ୟର ମଜା ବି ଉଠାଇଥିଲେ ରାଜ୍ୟବାସୀ । ଏହି ମେଳା ଯେଭଳି ଆଗାମୀ ବର୍ଷ ଗୁଡିକରେ ଅଧିକ ଆକର୍ଷଣୀୟ ହେବ ଏବଂ ଏହାଦ୍ୱାରା ରାଜ୍ୟର ଜନଜାତି କଳାକାରମାନେ ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତିି ଡକ୍ଟର ଓତା ।

TribalMela
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.