Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର
ବିଶେଷ ଖବର

ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର

June 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର

ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ ଖରାପ ହେଲେ ଯେପରି ବନ୍ଧୁଙ୍କ ଘରୁ ଫଳମୂଳ ଆସିଥାଏ, ଠିକ୍ ସେହିପରି ପରଂପରା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ରହିଛି। ବର୍ତ୍ତମାନ ମହାପ୍ରଭୁ ଜ୍ବରରେ ପିଡିତ ଥିବାରୁ ତାଙ୍କୁ ଚେରମୂଳି ଔଷଧ ଦେଇ ସୁସ୍ଥ କରାଯାଇଛି। ଏହାପରେ ଆଜି ଦଶମୀତିଥୀରେ ଚର୍ତ୍ତୁଦ୍ଧାମୂର୍ତ୍ତିଙ୍କୁ ଚକା ବିଜେ କରାଯାଇଛି। ଏହି ସମୟରେ ପ୍ରଭୁ ଫଳ ଆହାର କରିବାର ବିଧି ରହିଛି।

ସେଥିପାଇଁ କାକଟପୁରର ମହର୍ଷି ବିଶ୍ବାମିତ୍ର ମଠରୁ ବିଭିନ୍ନ ପ୍ରକାରର ଫଳମୂଳ ଅଣାଯିବାର ପରଂପରା ରହିଛି। ମଠ କର୍ମଚାରୀମାନେ ଆମ୍ବ,ପଣସ, ସପୁରୀ, କଦଳୀ, ପଇଡ ଏବଂ ତୁଳସୀ ଧରି ବଡଦାଣ୍ଡରେ କିର୍ତ୍ତନ କରି ପହଁଚିଥିଲେ। ସେଠାରେ ସେମାନେ ସିଂହଦ୍ବାର ପର୍ଯ୍ୟନ୍ତ ଏହି ଭାର ଧରି ଯାଇଥିଲେ। ହେଲେ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ଥିବାରୁ ସେମାନେ ଭାର ନେଇ ଭିତରେ ପ୍ରବେଶ କରିପାରି ନ ଥିଲେ। ହେଲେ ଶ୍ରୀମନ୍ଦିର ତରଫରୁ ବୋଝିଆମାନେ ଏହି ଫଳ ଭାର ଗ୍ରହଣ କରି ମନ୍ଦିର ଭିତରକୁ ନେଇଥିଲେ। ଏହାପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯାଇଥିଲା। ଏହି ପରଂପରା କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇ ଆସୁଅଛି।

କାକଟପୁରର ଏହି ମଠ ଶ୍ରୀମନ୍ଦିର ପରଂପରା ସହିତ କାହିଁ କେଉଁ କାଳରୁ ଜଡିତ ରହିଛି। ମହାପ୍ରଭୁଙ୍କ ଦାରୁ ଚିହ୍ନଟ ବେଳେ ଏହି ମଠର ଗୁରୁତ୍ବ ମଧ୍ୟ ରହିଛି। ଦାରୁ ଶିଘ୍ର ମିଳିବା ପାଇଁ ଏହି ମଠରେ ବିଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ। ଏଥିସହିତ ମହାପ୍ରଭୁ ଅଣସର ଘରୁ ସୁସ୍ଥ ହୋଇ ଚକାବିଜେ ବେଳେ ମଠ ତରଫରୁ ଏପରି ଫଳ ଭାର ମଧ୍ୟ ପଠାଇବାର ପରଂପରା ରହିଛି। ଏହି ସମୟରେ ବିଭିନ୍ନ ମଠ ମନ୍ଦିର ଏବଂ ଭକ୍ତମାନେ କାକଟପୁର ମଠକୁ ଏହି ଫଳ ମଧ୍ୟ ଦାନ କରିଥାନ୍ତି। ସେସବୁକୁ ସଂଗ୍ରହ କରି ମଠ ତରଫରୁ ଜଗନ୍ନାଥଙ୍କୁ ଫଳଭାର ଦିଆଯାଇଥାଏ।

ଅଣସର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଏନ ଭାସ୍କର ରାଓ, ଗଠନ କଲେ ଏକ ନୂଆ ମଞ୍ଚ

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025
Latest News

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.