Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର
ବିଶେଷ ଖବର

ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର

June 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର

ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ ଖରାପ ହେଲେ ଯେପରି ବନ୍ଧୁଙ୍କ ଘରୁ ଫଳମୂଳ ଆସିଥାଏ, ଠିକ୍ ସେହିପରି ପରଂପରା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ରହିଛି। ବର୍ତ୍ତମାନ ମହାପ୍ରଭୁ ଜ୍ବରରେ ପିଡିତ ଥିବାରୁ ତାଙ୍କୁ ଚେରମୂଳି ଔଷଧ ଦେଇ ସୁସ୍ଥ କରାଯାଇଛି। ଏହାପରେ ଆଜି ଦଶମୀତିଥୀରେ ଚର୍ତ୍ତୁଦ୍ଧାମୂର୍ତ୍ତିଙ୍କୁ ଚକା ବିଜେ କରାଯାଇଛି। ଏହି ସମୟରେ ପ୍ରଭୁ ଫଳ ଆହାର କରିବାର ବିଧି ରହିଛି।

ସେଥିପାଇଁ କାକଟପୁରର ମହର୍ଷି ବିଶ୍ବାମିତ୍ର ମଠରୁ ବିଭିନ୍ନ ପ୍ରକାରର ଫଳମୂଳ ଅଣାଯିବାର ପରଂପରା ରହିଛି। ମଠ କର୍ମଚାରୀମାନେ ଆମ୍ବ,ପଣସ, ସପୁରୀ, କଦଳୀ, ପଇଡ ଏବଂ ତୁଳସୀ ଧରି ବଡଦାଣ୍ଡରେ କିର୍ତ୍ତନ କରି ପହଁଚିଥିଲେ। ସେଠାରେ ସେମାନେ ସିଂହଦ୍ବାର ପର୍ଯ୍ୟନ୍ତ ଏହି ଭାର ଧରି ଯାଇଥିଲେ। ହେଲେ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ଥିବାରୁ ସେମାନେ ଭାର ନେଇ ଭିତରେ ପ୍ରବେଶ କରିପାରି ନ ଥିଲେ। ହେଲେ ଶ୍ରୀମନ୍ଦିର ତରଫରୁ ବୋଝିଆମାନେ ଏହି ଫଳ ଭାର ଗ୍ରହଣ କରି ମନ୍ଦିର ଭିତରକୁ ନେଇଥିଲେ। ଏହାପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯାଇଥିଲା। ଏହି ପରଂପରା କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇ ଆସୁଅଛି।

କାକଟପୁରର ଏହି ମଠ ଶ୍ରୀମନ୍ଦିର ପରଂପରା ସହିତ କାହିଁ କେଉଁ କାଳରୁ ଜଡିତ ରହିଛି। ମହାପ୍ରଭୁଙ୍କ ଦାରୁ ଚିହ୍ନଟ ବେଳେ ଏହି ମଠର ଗୁରୁତ୍ବ ମଧ୍ୟ ରହିଛି। ଦାରୁ ଶିଘ୍ର ମିଳିବା ପାଇଁ ଏହି ମଠରେ ବିଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ। ଏଥିସହିତ ମହାପ୍ରଭୁ ଅଣସର ଘରୁ ସୁସ୍ଥ ହୋଇ ଚକାବିଜେ ବେଳେ ମଠ ତରଫରୁ ଏପରି ଫଳ ଭାର ମଧ୍ୟ ପଠାଇବାର ପରଂପରା ରହିଛି। ଏହି ସମୟରେ ବିଭିନ୍ନ ମଠ ମନ୍ଦିର ଏବଂ ଭକ୍ତମାନେ କାକଟପୁର ମଠକୁ ଏହି ଫଳ ମଧ୍ୟ ଦାନ କରିଥାନ୍ତି। ସେସବୁକୁ ସଂଗ୍ରହ କରି ମଠ ତରଫରୁ ଜଗନ୍ନାଥଙ୍କୁ ଫଳଭାର ଦିଆଯାଇଥାଏ।

ଅଣସର
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026
Latest News

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.