Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଠା ହେଲା ଏକ ସ୍ବତନ୍ତ୍ର ନୌ-ବାଣିଜ୍ୟ ଗ୍ୟାଲେରୀ
ଆଜିର ଖବର

ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଠା ହେଲା ଏକ ସ୍ବତନ୍ତ୍ର ନୌ-ବାଣିଜ୍ୟ ଗ୍ୟାଲେରୀ

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସଂଗ୍ରହାଳୟରେ ପ୍ରତିଷ୍ଠା ହେଲା ଏକ ସ୍ବତନ୍ତ୍ର ନୌ-ବାଣିଜ୍ୟ ଗ୍ୟାଲେରୀ

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଶୁଭ ଉନ୍ମୋଚନ କରାଯାଇଛି । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍‌ଲାଇନ୍‌ରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ । ଉନ୍ମୋଚନ ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଗ୍ୟାଲେରୀ ଆଗାମୀ ପିଢ଼ି ପାଇଁ ବହୁ ଉ ପାଦେୟ ହେବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସେ ପ୍ରମୀମାନଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇ ପାରିବ ବୋଲି କହିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆମାନେ ନୌବାଣିଜ୍ୟରେ କି ପରି ନି ପୁଣ ଥିଲେ ସେ ଉ ପରେ ଆଲୋପାତ କରିଥିଲେ। ସେମାନେ ଦରିଆ ପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁ ନଥିଲେ ବରଂ ସେଠାରେ ସେମାନେ ସାଂସ୍କୃତିକ ଔ ପନିବେଶ ପ୍ରତିଷ୍ଠା କରି ପାରିଥିଲେ। ଏବେ ବି ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆରେ ହିନ୍ଦୁ କିମ୍ବଦନ୍ତୀ, ଐତିହ୍ୟ ଦେଖିବାକୁ ମିଳେ ବୋଲି ସେ କହିଥିଲେ। ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ଆମ ଇତିହାସର ପ୍ରକୃତ ମୂଲ୍ୟାଙ୍କନ କରିବାରେ କିଛିଟା ତ୍ରୁଟି ରହିଛି । ନଚେତ ଓଡ଼ିଆମାନେ ହିଁ ବୋଧହୁଏ ସର୍ବ ପ୍ରଥମ ଉ ପନିବେଶ ପ୍ରତିଷ୍ଠା କରିଥିଲେ ବୋଲି ଅନୁମାନ କରାଯାଏ ବୋଲି ଉଲ୍ଲେଖ କରିଥିଲେ।

ଏହି ଭର୍ଚୁଆଲ ବୈଠକରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ କୁମାର ପଟ୍ଟନାୟକ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ଗ୍ୟାଲେରୀ ସଂ ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ନୌବାଣିଜ୍ୟ ଐତିହ୍ୟ ବିଷୟରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉ ପଯୋଗୀ। ସାଧାରଣ ଦର୍ଶକ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର ବିକାଶ ଏବଂ ଏହାର ବ୍ୟା ପକତା ବିଷୟରେ ସୂଚନା ଦିଆଯାଇଛି।

ଏଠାରେ ପ୍ରଦର୍ଶିତ ହୋଇଥିବା ସାମଗ୍ରୀଗୁଡ଼ିକ ଭାରତର ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ କରାଯାଇଛି। ପ୍ରନିତାତ୍ତ୍ୱିକ ପ୍ରମାଣଗୁଡ଼ିକ ବିଶେଷ ଭାବରେ ପ୍ରଦର୍ଶିତ କରାଯାଇଛି। ସାମଗ୍ରିକ ଭାବେ ଏହା ଏକ ନୂତନ ପ୍ରୟାସ ଯେଉଁଠାରେ କି ଓଡ଼ିଶାର ପ୍ରାଚୀନ ବୈଭବର ଏକ ଦୃଷ୍ଟାନ୍ତ ଏହି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି। ଏହି ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରୀ ଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ପରେ ପ୍ରତିଷ୍ଠାନ ତରଫରୁ ପ୍ରଣିତ ଇଂରାଜୀ ପୁସ୍ତିକା ‘ଦି ଇଣ୍ଟିମେଟ୍‌ ଏନ୍‌କାଉଣ୍ଟର୍ସ, ଅର୍ଲି ଓଡ଼ିଶା ଆଣ୍ଡ ସାଉଥ୍‌ ଇଷ୍ଟ ଏସୀୟା’ର ଏବଂ ବିଶ୍ୱ ମହାମାରୀ କରୋନାରେ ପ୍ର ପୀଡ଼ିତ ମାନଜାତିର ପରିବର୍ତ୍ତିତ ଜୀବନଚର୍ଯ୍ୟା, ମାନସିକ ସ୍ଥିତି, ଆତଙ୍କ ଓ ଆଶୀର୍ବାଦର ଏକ ସୁନ୍ଦର ଉ ପସ୍ଥା ପନାକୁ ନେଇ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ଓ ‘ସୃଜନ’ ପ୍ରକାଶିତ କ୍ଷୁଦ୍ର ପୁସ୍ତିକା ‘ଲକ୍‌ ଡାଉନ୍‌’ ଉନ୍ମୋଚିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026
Latest News

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.