Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବହୁ ବାଦବିବାଦ ପରେ ଶେଷରେ ଏକା ଥରେ ପ୍ରଦାନ କରାଗଲା ସାତ ବର୍ଷର ଧର୍ମପଦ ପୁରସ୍କାର
ବିଶେଷ ଖବର

ବହୁ ବାଦବିବାଦ ପରେ ଶେଷରେ ଏକା ଥରେ ପ୍ରଦାନ କରାଗଲା ସାତ ବର୍ଷର ଧର୍ମପଦ ପୁରସ୍କାର

August 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ  ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ।

ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ।

ତେବେ ସେ ସବୁ ବାଦବିବାଦ ଶେଷ ହେବା ପରେ ଏବେ ଲଳିତକଳା ଏକାଡେମୀ ଏହି ପୁରସ୍କାର ପ୍ରଦାନ କରିଛି। କୋଭିଡ-୧୯ କଟକଣା ପାଇଁ ଏହି ସାତ ଜଣଙ୍କ ବାସଭବନକୁ ଏକାଡେମୀ ଅଧିକାରୀମାନେ ଯାଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କୁ ଏକ ଲକ୍ଷ ଟଙ୍କା, ତାମ୍ରଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯାଇଛି। ତେବେ ୨୦୧୩ ମସିହା ପାଇଁ ମନୋନିତ ହୋଇଥିବା ପଦ୍ମବିଭୂଷଣ ଯତୀନ ଦାସ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବାରୁ ତାଙ୍କୁ ଦିଆଯାଇ ନାହିଁ। ଏହି ସାତ ବର୍ଷ ପାଇଁ ଯେଉଁ ସାତ ଜଣ ପୁରସ୍କାର ହାସଲ କରିଛନ୍ତି ସେମାନେ ହେଲେ

୨୦୦୯ ମସିହା- ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକ, ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଅନୂସାୟା ପଟ୍ଟନାୟକ

୨୦୧୦ ମସିହା-ସ୍ବର୍ଗତ ଅସୀମ ବସୁ , ମରଣୋତ୍ତର ପୁରସ୍କାର ଗ୍ରହଣ କଲେ ପତ୍ନୀ ଗୀତା ବସୁ

୨୦୧୧ ମସିହା-ଦୁର୍ଗା ପ୍ରସାଦ ଦାସ

୨୦୧୨ ମସିହା- ପଦ୍ମଶ୍ରୀ ସୁଦର୍ଶନ ସାହୁ

୨୦୧୩ ମସିହା- ପଦ୍ମବିଭୂଷଣ ଯତୀନ ଦାସ ( ନୂଆ ଦିଲ୍ଲୀରେ ଥିବାରୁ ପରେ ଦିଆଯିବ)

୨୦୧୪ ମସିହା- ସ୍ବର୍ଗତ ଦୀନାନାଥ ପାଠୀ , ମରଣୋତ୍ତର ପୁରସ୍କାର ନେଲେ ପୁତ୍ର ସୋଭାଗ୍ୟ ପାଠୀ

୨୦୧୫ ମସିହା- ପଦ୍ମବିଭୂଷଣ ରଘୁନାଥ ମହାପାତ୍ର

ଏହି ପୁରସ୍କାର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଷ୍ଣୁପଦ ସେଠୀ, ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ ପ୍ରଦାନ କରିଥିଲେ।

ଅସୀମ ବସୁ ଧର୍ମପଦ ପୁରସ୍କାର ରଘୁନାଥ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Latest News

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.