Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ
ଧର୍ମ

RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ

March 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RamaNavami2025
RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ

RamaNavami2025: ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚୈତ୍ର ନବରାତ୍ରି ପାଳିତ ହୁଏ। ଏହି ସମୟରେ ଜଗତଜନନୀ ଦେବୀ ମାଁ ଦୁର୍ଗା ଏବଂ ତାଙ୍କ ନଅଟି ରୂପର ପୂଜା କରାଯାଏ। ଏଥିସହିତ ମନୋବଞ୍ଛିତ ଫଳ ପାଇଁ ଉପବାସ ରଖାଯାଏ। ନବରାତ୍ରି ସମୟରେ ଦେବୀ ମାଁ ଦୁର୍ଗା ପୃଥିବୀ ଲୋକରେ ବସିଥାନ୍ତି। ଏହି ସମୟରେ ମାଁ ଦୁର୍ଗାଙ୍କ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି।

ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଅବତାର ଦିବସ ବା ଜନ୍ମ ଦିବସ ଭବେ ପାଳିତ ହୁଏ। ଏହି ଶୁଭ ତିଥିକୁ ରାମନବମୀ ବୋଲି କୁହାଯାଏ। ରାମନବମୀ ଦିନେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ପୂଜା କରାଯାଏ। ଏଥିସହିତ ପୂଜା ସମୟ ପର୍ଯ୍ୟନ୍ତ ଉପବାସ କରାଯାଇଥାଏ। ଏହି ଶୁଭ ତିଥିରେ ଅନେକ ମଙ୍ଗଳକାରୀ ଯୋଗ ଘଟିବାରୁ ଏହା ଅତ୍ୟନ୍ତ ଶୁଭ ମନାଯାଏ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରବି ପୁଷ୍ୟ ଯୋଗ ସହିତ ଅନେକ ଅଦ୍ଭୁତ ସଂଯୋଗ ଘଟିଛି। ଏହି ଯୋଗରେ ଭଗବାନ ଶ୍ରୀରାମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଏଥିସହିତ ଜୀବନରେ ସୁଖ ସମୃଦ୍ଧି ଆସେ। ଆସନ୍ତୁ, ରାମନବମୀର ଶୁଭ ମୁହୂର୍ତ୍ତ ଏବଂ ଯୋଗ ବିଷୟରେ ଜାଣିନ୍ତୁ।

ରାମନବମୀର ଶୁଭ ମୁହୂର୍ତ୍ତ (Ram Navami Shubh Muhurat)

ପଞ୍ଜିକା ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥି ୫ ଏପ୍ରିଲ ଶନିବାର ସନ୍ଧ୍ୟା ୭:୨୬ ମିନିଟରେ ଆରମ୍ଭ ହେବ ଏବଂ ୬ ଏପ୍ରିଲ ରବିବାର ସନ୍ଧ୍ୟା ୭:୨୨ ମିନିଟରେ ଶେଷ ହେବ। ସନାତନ ଧର୍ମରେ ସୂର୍ଯ୍ୟ ଉଦୟ ତିଥି ଗ୍ରହଣ କରାଯାଏ, ଏହି କାରଣରୁ ୬ ଏପ୍ରିଲ ଦିନ ରାମନବମୀ ପାଳିତ ହେବ।

ରାମନବମୀ ପୂଜା ସମୟ (Ram Navami Puja Timing)

୬ ଏପ୍ରିଲ ଚୈତ୍ର ଶୁକ୍ଳ ନବମୀ ଦିନ ସକାଳ ୧୧:୦୮ ମିନିଟରୁ ଦିନ ୧:୩୯ ମିନିଟ ପର୍ଯ୍ୟନ୍ତ ପୂଜା ପାଇଁ ଶୁଭ ସମୟ ଅଟେ। ଦିନ ୧୨:୨୪ ମିନିଟରେ ମଧ୍ୟାହ୍ନ ସମୟ ଅଟେ, ଏହି ସମୟରେ ଭଗବାନ ଶ୍ରୀରାମଙ୍କ ଅବତାର ଘଟିଥିଲା। ଏହି କାରଣରୁ, ଉପାସକମାନେ ଏହି ମଧ୍ୟାହ୍ନ ସମୟରେ ଭଗବାନ ଶ୍ରୀରାମଙ୍କ ପୂଜା କରିପାରିବେ।

ରାମନବମୀ ଶୁଭ ଯୋଗ (Ram Navami Shubh Yoga)

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାମନବମୀର ଶୁଭ ଅବସରରେ ସୁକର୍ମା ଯୋଗ ଘଟିଛି, ଏହି ଯୋଗ ସନ୍ଧ୍ୟା ୬:୫୫ ମିନିଟ ପର୍ଯ୍ୟନ୍ତ ରହିବ। ଏଥିସହିତ ରବି ପୁଷ୍ୟ ଯୋଗ ଏବଂ ରବି ଯୋଗ ମଧ୍ୟ ଅଛି। ଏହା ଛଡ଼ା, ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଘଟିଛି। ଏହି ସର୍ବାର୍ଥ ସିଦ୍ଧି ଯୋଗ, ପୁଷ୍ୟ ଯୋଗ ଏବଂ ରବି ଯୋଗ ଦିନ ସାରା ରହିବ।

ଚୈତ୍ର ଶୁକ୍ଳ ନବମୀ ତିଥିରେ ଶିବବାସ ଯୋଗ ମଧ୍ୟ ଅଛି। ଏହି ଶିବବାସ ଯୋଗ ସମୟରେ ଦେବଦେବ ମହାଦେବ, ଜଗତଜନନୀ ମାଁ ପାର୍ବତୀଙ୍କ ସହିତ କୈଳାଶ ପର୍ବତରେ ବିରାଜି ଥାନ୍ତି। ଏହି ଶୁଭ ଯୋଗରେ ଭଗବାନ ଶ୍ରୀରାମଙ୍କ ପୂଜା କଲେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ।

ରାମନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.