Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ
ଧର୍ମ

RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ

March 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RamaNavami2025
RamaNavami2025: ଏଥର ରାମ ନବମୀରେ କେତେବେଳେ ରହିଛି ଶୁଭ ମୁହୁର୍ତ୍ତ, କେଉଁ ସମୟରେ ପୂଜା କଲେ ମିଳିବ ସୁଫଳ

RamaNavami2025: ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚୈତ୍ର ନବରାତ୍ରି ପାଳିତ ହୁଏ। ଏହି ସମୟରେ ଜଗତଜନନୀ ଦେବୀ ମାଁ ଦୁର୍ଗା ଏବଂ ତାଙ୍କ ନଅଟି ରୂପର ପୂଜା କରାଯାଏ। ଏଥିସହିତ ମନୋବଞ୍ଛିତ ଫଳ ପାଇଁ ଉପବାସ ରଖାଯାଏ। ନବରାତ୍ରି ସମୟରେ ଦେବୀ ମାଁ ଦୁର୍ଗା ପୃଥିବୀ ଲୋକରେ ବସିଥାନ୍ତି। ଏହି ସମୟରେ ମାଁ ଦୁର୍ଗାଙ୍କ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି।

ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଅବତାର ଦିବସ ବା ଜନ୍ମ ଦିବସ ଭବେ ପାଳିତ ହୁଏ। ଏହି ଶୁଭ ତିଥିକୁ ରାମନବମୀ ବୋଲି କୁହାଯାଏ। ରାମନବମୀ ଦିନେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ପୂଜା କରାଯାଏ। ଏଥିସହିତ ପୂଜା ସମୟ ପର୍ଯ୍ୟନ୍ତ ଉପବାସ କରାଯାଇଥାଏ। ଏହି ଶୁଭ ତିଥିରେ ଅନେକ ମଙ୍ଗଳକାରୀ ଯୋଗ ଘଟିବାରୁ ଏହା ଅତ୍ୟନ୍ତ ଶୁଭ ମନାଯାଏ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରବି ପୁଷ୍ୟ ଯୋଗ ସହିତ ଅନେକ ଅଦ୍ଭୁତ ସଂଯୋଗ ଘଟିଛି। ଏହି ଯୋଗରେ ଭଗବାନ ଶ୍ରୀରାମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଏଥିସହିତ ଜୀବନରେ ସୁଖ ସମୃଦ୍ଧି ଆସେ। ଆସନ୍ତୁ, ରାମନବମୀର ଶୁଭ ମୁହୂର୍ତ୍ତ ଏବଂ ଯୋଗ ବିଷୟରେ ଜାଣିନ୍ତୁ।

ରାମନବମୀର ଶୁଭ ମୁହୂର୍ତ୍ତ (Ram Navami Shubh Muhurat)

ପଞ୍ଜିକା ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥି ୫ ଏପ୍ରିଲ ଶନିବାର ସନ୍ଧ୍ୟା ୭:୨୬ ମିନିଟରେ ଆରମ୍ଭ ହେବ ଏବଂ ୬ ଏପ୍ରିଲ ରବିବାର ସନ୍ଧ୍ୟା ୭:୨୨ ମିନିଟରେ ଶେଷ ହେବ। ସନାତନ ଧର୍ମରେ ସୂର୍ଯ୍ୟ ଉଦୟ ତିଥି ଗ୍ରହଣ କରାଯାଏ, ଏହି କାରଣରୁ ୬ ଏପ୍ରିଲ ଦିନ ରାମନବମୀ ପାଳିତ ହେବ।

ରାମନବମୀ ପୂଜା ସମୟ (Ram Navami Puja Timing)

୬ ଏପ୍ରିଲ ଚୈତ୍ର ଶୁକ୍ଳ ନବମୀ ଦିନ ସକାଳ ୧୧:୦୮ ମିନିଟରୁ ଦିନ ୧:୩୯ ମିନିଟ ପର୍ଯ୍ୟନ୍ତ ପୂଜା ପାଇଁ ଶୁଭ ସମୟ ଅଟେ। ଦିନ ୧୨:୨୪ ମିନିଟରେ ମଧ୍ୟାହ୍ନ ସମୟ ଅଟେ, ଏହି ସମୟରେ ଭଗବାନ ଶ୍ରୀରାମଙ୍କ ଅବତାର ଘଟିଥିଲା। ଏହି କାରଣରୁ, ଉପାସକମାନେ ଏହି ମଧ୍ୟାହ୍ନ ସମୟରେ ଭଗବାନ ଶ୍ରୀରାମଙ୍କ ପୂଜା କରିପାରିବେ।

ରାମନବମୀ ଶୁଭ ଯୋଗ (Ram Navami Shubh Yoga)

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାମନବମୀର ଶୁଭ ଅବସରରେ ସୁକର୍ମା ଯୋଗ ଘଟିଛି, ଏହି ଯୋଗ ସନ୍ଧ୍ୟା ୬:୫୫ ମିନିଟ ପର୍ଯ୍ୟନ୍ତ ରହିବ। ଏଥିସହିତ ରବି ପୁଷ୍ୟ ଯୋଗ ଏବଂ ରବି ଯୋଗ ମଧ୍ୟ ଅଛି। ଏହା ଛଡ଼ା, ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଘଟିଛି। ଏହି ସର୍ବାର୍ଥ ସିଦ୍ଧି ଯୋଗ, ପୁଷ୍ୟ ଯୋଗ ଏବଂ ରବି ଯୋଗ ଦିନ ସାରା ରହିବ।

ଚୈତ୍ର ଶୁକ୍ଳ ନବମୀ ତିଥିରେ ଶିବବାସ ଯୋଗ ମଧ୍ୟ ଅଛି। ଏହି ଶିବବାସ ଯୋଗ ସମୟରେ ଦେବଦେବ ମହାଦେବ, ଜଗତଜନନୀ ମାଁ ପାର୍ବତୀଙ୍କ ସହିତ କୈଳାଶ ପର୍ବତରେ ବିରାଜି ଥାନ୍ତି। ଏହି ଶୁଭ ଯୋଗରେ ଭଗବାନ ଶ୍ରୀରାମଙ୍କ ପୂଜା କଲେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ।

ରାମନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ଏପ୍ରିଲ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.