Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନିର୍ବାଚନରେ ଯାଦବ ବହୁଳ ଅଞ୍ଚଳରେ ଯାଦବଙ୍କୁ ପ୍ରାର୍ଥୀ କରାଯାଉ, ମହାସଂଘ ସମ୍ମିଳନୀରେ ଉଠିଲା ବଡ ଦାବୀ
ନିର୍ବାଚନ ଖବର

ନିର୍ବାଚନରେ ଯାଦବ ବହୁଳ ଅଞ୍ଚଳରେ ଯାଦବଙ୍କୁ ପ୍ରାର୍ଥୀ କରାଯାଉ, ମହାସଂଘ ସମ୍ମିଳନୀରେ ଉଠିଲା ବଡ ଦାବୀ

February 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନରେ ଯାଦବ ବହୁଳ ଅଞ୍ଚଳରେ ଯାଦବଙ୍କୁ ପ୍ରାର୍ଥୀ କରାଯାଉ, ମହାସଂଘ ସମ୍ମିଳନୀରେ ବଡ ଦାବୀ

ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ।

ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।

ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ ତଥା ଏହା ଉପରେ ଗବେଷଣା ପାଇଁ ସରକାର ଭୁବନେଶ୍ୱରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି।

ଅନ୍ୟ ଜାତିମାନଙ୍କୁ ସରକାର ଯେପରି ପୁରୀଠାରେ ଭବନ ନିର୍ମାଣ ଉଦ୍ଦେଶ୍ୟରେ ମାଗଣା ଜମି ଓ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେହିଭଳି ଯାଦବମାନଙ୍କର ଏକ ଭବନ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଆଲେକଗାଣ୍ଡାର ଦାସ ଦାବି କରିଛନ୍ତି।

ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବା ସହିତ ଓବିସିମାନଙ୍କ ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭ ପ୍ରତିଶତ ସଂକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟରେ ଦୁଗ୍ଧଚାଷୀମାନେ ଉଚିତ ମୂଲ୍ୟ ପାଉନଥିବାରୁ ବହୁକ୍ଷତିର ସମ୍ମୁଖୀନ ହେଉଛନ୍ତି।

ତେଣୁ ସେମାନଙ୍କ ପାଇଁ ପ୍ରତିବର୍ଷ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି କରାଯାଉ। ଯାଦବ ମହିଳାମାନଙ୍କ ନେଇ ସ୍ୱତନ୍ତ୍ର ଏସଏଚଜି ଗଠନ କରାଯାଇ ଡାଏରୀ ଫାର୍ମ ଓ ଅନ୍ୟାନ୍ୟ ଆର୍ଥିକ ସ୍ୱାବଲମ୍ବନ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସଭାପତି ଦଶରଥ ପରୁଆ ଦାବି କରିଛନ୍ତି।

ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଯାଦବ ଜନସଂଖ୍ୟା ଯେଉଁ ନର୍ବାଚନ ମଣ୍ଡଳୀରେ ଅଧିକ ଅଛନ୍ତି ସେ ସବୁ ଅଞ୍ଚଳରେ ଯାଦବ ପ୍ରାର୍ଥୀ ରାଜ୍ୟ ଶାସନରେ ଅଂଶୀଦାର କରିବାକୁ ସମ୍ମିଳନୀରେ ଦାବି କରାଯାଇଛ।

ଏହି ସମ୍ମିଳନୀରେ ସାମ୍ବାଦିକ ରବି ଦାସ ଉଦ୍‍ଘାଟକ ଭାବରେ ଯୋଗ ଦେଇଥିବା ବେଳେ, ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିରକାନ୍ତ ବେହେରା, ସଂଗଠନ ସମ୍ପାଦକ ରାମଚନ୍ଦ୍ର ବେହେରା, ଦିଲ୍ଲିପ ବେହେରା, ନିଶିଥ ବାରିକ, ରାଜେଶ ମହାଖୁଡ଼ ପ୍ରମୁଖ ଯୋଗ ଦେଇଥିଲେ।

ଯାଦବ ଯାଦବ ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଅନୁଗୋଳରେ ବେଆଇନ୍ ବନ୍ଧୁକ କାରଖାନା ଠାବ, ୨ ଭାଇ ଗିରଫ

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026
Latest News

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.